ଭତା ଅପେକ୍ଷାରେ ବିଧବା ମହିଳା

FMODIA.IN 18-05-2020
Widow is waiting for her

ନୂଆପଡା, 18 ମଇ : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବିରିଘାଟ ପଂଚାୟତର କୁଶମାଲ ଗ୍ରାମର ଭୁଏପଡାର ଅସହାୟ ବିଧବା ମହିଳାଙ୍କୁ ବିଧବା ଭତା ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । କୁଶମାଲ ଭୁଏପଡା ଗ୍ରାମର କ୍ଷୀର ମାଝୀ(୫୦) ନାମକ ବିଧବା ମହିଳାଙ୍କ ସ୍ବାମୀ ଗତ ୬ ମାସ ପୂର୍ବେ ମୃତ୍ୟୁବରଣ ପରେ ସେ ଅସହାୟ ହୋଇ ପଡିଛନ୍ତି । ତାଙ୍କର ରାସନକାର୍ଡ ରହିଥିବା ବେଳେ ବିଧବା ଭତା ପ୍ରଦାନ କରିବାକୁ ଦାବୀ କରିଛନ୍ତି । ଭତା ପାଇଁ ଅନେକ ଥର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ତାଙ୍କ ସ୍ବାମୀ ମୃତ୍ୟୁସମୟରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ହରିଶ୍ଚନ୍ଦ୍ର ଯୋଜନା ସହାୟତା ମଧ୍ୟ ମିଳିନଥିବା ଅଭିଯୋଗ କରି ତାଙ୍କୁ ତୁରନ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ଦାବୀ କରିଛନ୍ତି ।