BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ସ୍ବାଭିମାନ ଅଞ୍ଚଳର ବାସିନ୍ଦା ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ବାର୍ତା :

FMODIA.IN 18-11-2020
Fmodia/update/video conferencing / with cm with/swabhiman anchala people

ଅମରେନ୍ଦ୍ର ଦାସ

(Fast Mail News) - ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ବାସିନ୍ଦାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ଏହି ଅବସରରେ ସ୍ବାଭିମାନ ଅଞ୍ଚଳର ସମସ୍ତ ପରିବାରକୁ ମାଗଣାରେ ମୋବାଇଲ ବଣ୍ଟନ କରାଯାଇଥିଲା ।2011 ଜନଗଣନା ଅନୁଯାୟୀ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୬ ହଜାର ୯୧୭ ପରିବାରକୁ ମୋବାଇଲ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହାସହ ସ୍ବାଭିମାନ ଅଞ୍ଚଳ ପାଇଁ ଆଉ 100 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ବାଭିମାନ ଅଞ୍ଚଳରେ ସ୍ବତନ୍ତ୍ର ଗ୍ରୀଡ ପ୍ରତିଷ୍ଠା, ପାନୀୟ ଜଳ ପାଇଁ 20 କୋଟିର ପ୍ୟାକେଜ, 250ଟି ନଳକୂପ, 25କୋଟି ବ୍ୟୟ ଅଟକଳରେ ଜଳସେଚନ ବ୍ୟବସ୍ଥା, 419 ଡିପ୍ ବୋରୱେଲ ଯାହାକି 17000 ହେକ୍ଟର ଚାଷ ଜମିକୁ ଜଳସେଚିତ କରିବ । ମୋବାଇଲ ପାଇବାରେ ସ୍ଥାନୀୟ ବାସିନ୍ଦା କହିଛନ୍ତି ସେମାନେ ଏବେ ଅନଲାଇନରେ ପାଠ ପଢ଼ି ପାରିବେ, ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ନିଜର ସମସ୍ୟା ପ୍ରଶାସନ ନିକଟରେ ପହଞ୍ଚି ପାରିବ ।

ସ୍ବାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ । ଏହା ସହ ମାଓବାଦୀଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତକୁ ଫେରିବାକୁ ଅନୁରୋଧ କରିଥିଲେ । ପଛୁଆ ସ୍ବାଭିମାନ ଅଞ୍ଚଳକୁ ଆଗୁଆ କରିବା ପାଇଁ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଜଣେ ଛାତ୍ରୀ, ଜଣେ ମହିଳା ଓ ପୁରୁଷଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେମାନଙ୍କ ସମସ୍ୟା ଶୁଣିବା ସହ ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ହେବା ପରେ ବିକାଶ କାର୍ଯ୍ୟକୁ ସ୍ବାଭିମାନ ଅଞ୍ଚଳବାସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟି ଓ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସ୍ଥାନୀୟ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ । ମୋବାଇଲ ବାଣ୍ଟିବା ଦ୍ବାରା ପୋଲିସ ମାଓ ଦମନରେ ନିଶ୍ଚିତ ଭାବେ ସହାୟକ ହେବ ଏବଂ ମାଓ ଅପରେସନରେ ସୁବିଧା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି ।