ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

FMODIA.IN 12-02-2020
Hardcore maoist surrenderedat police in Malkangiri

ଅମରେନ୍ଦ୍ର ଦାଶ

ମାଲକାନଗିରି । ଫାଷ୍ଟ ମେଲ

ମାଲକାନଗିରି ଜିଲ୍ଲାରେ ନାରାୟଣପାଟଣାର ହାର୍ଡକୋର ମାଓବାଦୀ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।ଗତ ମାସ 25 ତାରିଖରେ ସ୍ୱାଭିମାନ ଅଞ୍ଚଳରେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବା ସହ ଲୋକଙ୍କ ମାଡରେ ଗୁରୁତର ଆହତ ହୋଇଥିବା ପରେ ପୋଲିସ ତାକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ତେବେ ଏହା ପରେ ନିଜେ ପୋଲିସ ନିକଟରେ ଆତ୍ମସମର୍ପଣ ପାଇଁ ଅନୁରୋଧ କରିବା ସହ ଆଜି ମାଲକାନଗିରି ପୋଲିସ ନିକଟରେ ସେ ଆତ୍ମସମର୍ପଣ କରିଛି । ଜିପ୍ରୋ ଦୀର୍ଘଦିନ ଧରି ମାଓବାଦୀ ଦଲମ ରେ କାର୍ଯ୍ୟ କରୁଥିବା ସହ ବର୍ତ୍ତମାନ ସେଏମକେବିଭି ମାଓ ଡିଭିଜନରେ ଏରିଆ କମାଣ୍ଡର ରୂପେ କାର୍ଯ୍ୟ କରୁଥିଲା ।ସେ ପୂର୍ବରୁ ଅନେକ ହିଂସାକାଣ୍ଡରେ ଜଡିତ ଥିବା ସହ ଅରୁକୁ ବିଧାୟକ ହତ୍ୟାକାଣ୍ଡ ରେ ମଧ୍ୟ ସାମିଲ ଥିଲା । ସରକାରଙ୍କ ପକ୍ଷରୁ ଜିପ୍ରୋ ହାବିକା ନାମରେ 4 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।