BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଂଚଳରେ 621 କେଜି ଗଂଜେଇ ଜବତ

FMODIA.IN 16-11-2020
Malkangiri/ chitrakonda/ganjei seized/fmodia/update
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳ ରେ ଅତ୍ୟଧିକ ପରିମାଣ ରେ ଗଞ୍ଜେଇ ଜବତ: ଏଫ ଏମ୍ ମିଡ଼ିଆ: ଅମରେନ୍ଦ୍ର ଦାସ: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଗଂଜେଇ କାରବାର ଦିନ କୁ ଦିନ ବଢିବା ରେ ଚାଲିଛି।ଗଂଜେଇ ଚୋରା ଚାଲାଣ ର କାରବାର କମିବା ର ନାଁ ନେଉ ନାହିଁ। ଅବକାରୀ ବିଭାଗ ଏବଂ ପୋଲିସ ବିଭାଗ ଗଂଜେଇ ଚୋରା ଚାଲାଣ କୁ ରୋକିବା ପାଇଁ ପ୍ରତିଦିନ ରାତି ପେଟ୍ରୋଲିଂ କରି ଶହ ଶହ କୁଇଣ୍ଟାଲ ଗଂଜେଇ ଜବତ କରୁଛନ୍ତି।
ତଥାପି ପୁଣି ଗଂଜେଇ କାରବାର ଚାଲିଛି।ମାଲକାନଗିରି ଜିଲ୍ଲା ରୁ ସାରା ଭାରତ କୁ ଗଂଜେଇ କାରବାର ଚାଲିଛି। ଗତ କାଲି ରାତି ଚିତ୍ରକୋଣ୍ଡା ଥାନା ଅଧିକାରୀ ଏନସି ବିଶ୍ୱାଳ ଖବର ପାଇ ପେଟ୍ରୋଲିଂ ରେ ଯାଇ 621 କେଜି ଗଂଜେଇ ଜବତ କରି ଥିଲେ।ଦୁଇଟି ମୋବାଇଲ ଛଅ ହଜାର ଟଙ୍କା ଏବଂ ଗାଡି ଜବତ କରିଛନ୍ତି।