BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ମାଲକାନଗିରି ଜିଲ୍ଲାପାଳ ଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ :

FMODIA.IN 15-11-2020
ମାଲକାନଗିରି ଜିଲ୍ଲାପାଳ ଙ୍କ ନାଁ ରେ ହତ୍ୟା ଅଭିଯୋଗ : ଏଫ ଏମ୍ ମିଡ଼ିଆ :ଅମରେନ୍ଦ୍ର ଦାସ: ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁ ରେ ତାଙ୍କ ପୂର୍ବତନ ପିଏ ଦେବ ନାରାୟଣ ପଣ୍ଡା ଙ୍କ ପତ୍ନୀ ବନଜା ପଣ୍ଡା ହତ୍ୟା ଅଭିଯୋଗ ଆଣିଛନ୍ତି।ଏ ମାମଲା ରେ ମାଲକାନଗିରି SDJM କୋର୍ଟରେ ଦୁଇ ମାସ ତଳେ ତାଙ୍କ ପତ୍ନୀ ମକଦ୍ଦମା ରୁଜୁ କରିଥିଲେ । ଗତ ଡିସେମ୍ବର ରେ ମୃତ୍ୟୁ ବରଣ ହୋଇ ଥିବା ମାମଲା ହତ୍ୟା ନା ଆତ୍ମହତ୍ୟା ଆଜି ଯାଇଁ ତଦନ୍ତ ହୋଇ ପାରିଲା ନାହିଁ।
ପରିବାର ପକ୍ଷରୁ ରୁଜୁ ହୋଇଥିବା ମକଦ୍ଦମାକୁ ଆଧାର କରି କୋର୍ଟ ଏହି ନିଷ୍ପତ୍ତି ନେଇଛି । ଦାୟର ହୋଇଥିବା ମାମଲାରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ଭି .ବେଣୁ , ପ୍ରକାଶ ଚନ୍ଦ୍ର ସ୍ବାଇଁ ଏବଂ ଭଗବାନ ପାଣିଗ୍ରାହୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ । ଶହେ ପୃଷ୍ଠାର ଅଭିଯୋଗ ଫର୍ଦ୍ଦରେ ସେ ଗତ ୧୦ ମାସର ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି । କୋର୍ଟ ଅଭିଯୋଗକୁ ଗ୍ରହଣ କରି ଆଜି ଶୁଣାଣି କରିଥିବା ବେଳେ ଗୁରୁତ୍ଵପୂର୍ଣ୍ଣ ଘଟଣା ଭାବେ ପୋଲିସ ହତ୍ୟା ମାମଲା ରୁଜୁ କରିଛି।