BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଙ୍କ ନାଁ ରେ ପୁଣି କଂଗ୍ରେସ ପକ୍ଷରୁ ଅଭିଯୋଗ।

FMODIA.IN 19-11-2020
ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଙ୍କ ନାଁ ରେ ପୁଣି ଅଭିଯୋଗ : ଏଫ ଏମ୍ ମିଡ଼ିଆ:ଅମରେନ୍ଦ୍ର ଦାସ: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଙ୍କ ନାଁ ରେ ପୁଣି ଅଭିଯୋଗ।ପୂର୍ବରୁ ସେ ମାଲକାନଗିରି ଜିଲ୍ଲାରେ ବହୁତ ଦୁର୍ନୀତି କରିଥିବା ର ଅଭିଯୋଗ ହୋଇଛି।ତା ପରେ ପରେ ନିଜ ପିଏ ଦେବ ନାରାୟଣ ପଣ୍ଡା ଙ୍କ ହତ୍ୟା ଅଭିଯୋଗ ଆସି ଥିଲା। ବର୍ତ୍ତମାନ ପୁଣି ନୂଆ ଅଭିଯୋଗ ମନୀଷ ଅଗ୍ରୱାଲ ଙ୍କ ମାଲକାନଗିରି ସ୍ଥିତ ବାସଭବନରେ ପ୍ରାୟତଃ 30ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ର କାଠ ଗଛିତ ରହିଛି ବୋଲି କଂଗ୍ରେସ କୁ ସୂଚନା ମିଳିଛି।
ମାଲକାନଗିରି ଜିଲ୍ଲାର କଂଗ୍ରେସ କର୍ମୀ ମାନେ ଖବର ପାଇ ମାଲକାନଗିରି ବନ ବିଭାଗ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି। କଂଗ୍ରେସ ର କହିବା ଅନୁଯାୟୀ ମାଲକାନଗିରି ର ପୂର୍ବତନ ଜିଲ୍ଲାପାଳ ଙ୍କ ନିଜ ଘର କଣ୍ଟାବାଞ୍ଜି କୁ ଏବଂ ଶଶୁର ଘର ରାୟପୁର କୁ କୋଟି କୋଟି ଟଙ୍କା ର ମୂଲ୍ୟବାନ କାଠ ପଠାଇ ଥିବା ର ସୂଚନା ଜିଲ୍ଲା କଂଗ୍ରେସ କୁ ମିଳିଛି।