BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଟିମ ଉଇକେନ୍ ତରଫରୁ କରାଯାଇଥିବା ଫ୍ରୀ କ୍ଲାସ ର ଉଦଘାଟନ :

FMODIA.IN 18-11-2020
Team we can/ initiative work/ fm odia/update /free classes

ଅମରେନ୍ଦ୍ର ଦାସ

(Fast Mail News) -ମାଲକାନଗିରି ଜିଲ୍ଲାର ଟିମ ଉଇକେନ୍ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ଏକ ନୂଆ ସୂତ୍ରପାତ ଆରମ୍ବ କରା ଯାଇଛି।ସେଥି ରେ ଏକ ଗ୍ରାମ ର ଶିକ୍ଷା ବ୍ୟବସ୍ଥା କିପରି ସୁଦୃଢ଼ ହୋଇ ପାରିବ ତା ଉପରେ ଧ୍ୟାନ ଦିଆ ଯାଇଛି।ମାଲକାନଗିରି ସଦର ମହକୁମାଠାରୁ 15କିମି ଦୂର ଦଙ୍ଗୁସ୍ଖଲ ନାନକ ଏକ ଗାଁର ଶିକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଛି। ଗାଁର ପ୍ରଥମଠୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ପିଲାମାନେ ଇଚ୍ଛୁକ ଅଛନ୍ତି ସେମାନଙ୍କୁ ଗ୍ରାମର କିଛି ପଢୁଆ ପିଲା ମାନେ ମିଶି ଏକ ଫ୍ରୀ କ୍ଲାସର ଆରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଗ୍ରାମର ଚାରି ଜଣ ପିଲା ମିଶି ଗ୍ରାମର ସମସ୍ତ ପିଲାଙ୍କୁ ଫ୍ରୀ କ୍ଲାସର ଶୁଭାରମ୍ଭ କରାଯାଇଛି।ପିଲାଙ୍କ ପାଇଁ ଯାହା ଖାତା କଲମ, ପେନ୍ସିଲ, ଲାଇଟ, ବୋର୍ଡ ସମସ୍ତ ପ୍ରକାରର ଶିକ୍ଷାରେ ଆବଶ୍ୟକ ଉପକରଣ ଟିମ ଉଇକେନ୍ ର ସଦସ୍ୟ ମାନେ ପ୍ରଦାନ କରିବେ ।ପ୍ରଥମେ ଗୋଟିଏ ଗ୍ରାମ୍ୟରେ ଆରମ୍ବ କରା ଯାଇଛି।ଆସ୍ତେ ଆସ୍ତେ ଆଖ ପାଖ ଅଲଗା ଗ୍ରାମ ରେ ଭି ଆରମ୍ବ କରିବା ପାଇଁ ଯୋଜନା ଚାଲିଛି। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ରମେଶ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ଆଡ଼ମା ରାବା, ଗୋପାଳ ପଣ୍ଡା ଇତ୍ୟାଦି ଯୋଗଦାନ ଦେଇ ଥିଲେ।ଏବଂ ସାଂସଦ ଉକ୍ତ କ୍ଲାସଟି କୁ ଉଦଘାଟନ କରିଥିଲେ।