BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ବସ୍ ଚାପାରେ ସ୍କୁଟି ଚାଳକ ମୃତ

FMODIA.IN 16-02-2020
accident: scooty rider's death

ବାରିପଦା, ୧୬ ଫେବୃଆରୀ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ନିକଟରେ ଅଘଟଣ । ପୂଜାରିଣୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଚାପାରେ ସ୍କୁଟି ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରୁ ପୂଜାରିଣୀ ନାମକ ଘରୋଇ ବସ୍ କରଞ୍ଜିଆ ଅଭିମୁଖେ ଆସୁଥିବା ବେଳେ କେନ୍ଦୁମୁଣ୍ଡି ଜଙ୍ଗଲ ନିକଟରେ ଏକ ସ୍କୁଟି ଚାଳକ ଉପରକୁ ବସଟି ମାଡିଯିବା ଫଳରେ ଘଟଣାସ୍ଥଳରେ ସାଲେଇବେଡା ଗ୍ରାମପଞ୍ଚାୟତ ଏଡେଲବେଡା ଗ୍ରାମର ତୁରାମ ହୋଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଘଟାଇବା ପରେ ରାସ୍ତା ଉପରେ ବସକୁ ଛାଡି ବସ୍ ଚାଳକ ସମେତ କଣ୍ଡକ୍ଟର, ହେଲ୍ପର ଫେରାର ହୋଇଯାଇଥିଲେ । ଘଟଣା ପରେ ସେଠାରେ ଉତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଉତ୍ତ୍ୟକ୍ତ

ଜନସାଧାରଣ ହୋ ହାଲ୍ଲା କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବିରେ ୫୩ ନଂ ରାଜ୍ୟ ରାଜପଥ ଅବରୋଧ କରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ଏନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିବାର ଜଣାପଡିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in