BIG NEWS
ଦେବଗଡ଼ : ଇଣ୍ଡିଆନ ଅଏଲ କର୍ମଚାରୀଙ୍କ ପକ୍ଷରୁ ବିସ୍କୁଟ,ଚା,ପାଣିବୋତଲ ଓ କ୍ୟାପ ପ୍ରଦାନ
Breaking News

ଜମିବାଡ଼ି ବିବାଦ : ପ୍ରଧାନ ଶିକ୍ଷକଙ୍କୁ କୁରାଢ଼ୀରେ ହାଣି ହତ୍ୟା : ଅଭିଯୁକ୍ତ ବାପ ପୁଅ ଗିରଫ

FMODIA.IN 11-02-2020
Headmaster hacked to death in mayurbhanj over land dispute

ବାରିପଦା, ୧୧ ଫେବୃଆରୀ - ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପ୍ରଧାନ ଶିକ୍ଷକଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ଅଭିଯୁକ୍ତ ପଡୋଶୀ । ଏହା ପରେ ଶବକୁ ବିଲରେ ପକାଇ ପଳାଇ ଆସିଥିଲା । ସୋମବାର ସନ୍ଧ୍ୟା ସମୟରେ ପ୍ରଧାନ ଶିକ୍ଷକ ବିଲକୁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ଚଢ଼େଇପାହାଡ଼ି ପଂଚାୟତର ଜାମପାଣି ଗ୍ରାମର ଝାମପ୍ଲାଆମ ସାହିରେ । ମାମଲାରେ ଅଭିଯୁକ୍ତ ବାପପୁଅଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଗ୍ରାମର ଶୁକଦେଵ ମାର୍ଣ୍ଡି (୪୫) ଓ ତାଙ୍କର ପଡୋଶୀ ମଦନ ମୁର୍ମୁ (୫୦) ଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ବିବାଦ ରହିଥିଲା । ଗତକାଲି ଶୁକଦେଵ ବିଲକୁ ଯାଇଥିବା ବେଳେ ତାଙ୍କ ସହିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ମଦନ ଏବଂ ତାଙ୍କ ପୁଅ ଲାଲମୋହନ ଗଣ୍ଡଗୋଳ କରିଥିଲେ । ଅଭିଯୁକ୍ତ ବାପ ଓ ପୁଅ ମିଶି ଶୁକଦେଵଙ୍କ ଉପରେ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ଏକ କୁରାଢ଼ୀ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଚାେଟ ମାରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଆଜି ଗୋରୁମହିଷାଣି ଥାନା ପୁଲିସ ସାଇଣ୍ଟିଫିକ ଟିମ୍ ସହ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ଥାନାରେ ଏ ସଂକ୍ରାନ୍ତରେ 0୬/୨୦୨୦ରେ ଏକ ମାମଲା ରୁଜୁ ହୋଇଛି । ମାମଲାରେ ପୋଲିସ ମଦନ ଓ ତାଙ୍କ ପୁଅ ଲାଲମୋହନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in