BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୟୁରଭଂଜରେ ଲକ୍ ଡାଉନ୍

FMODIA.IN 26-03-2020
lock down in Mayurbhanja

- ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

- ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି

ବାରିପଦା,26 ମାର୍ଚ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ଡାଉନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ସମଗ୍ର ଭାରତରେ ଲକ ଡାଉନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶକୁ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲାର ସଦର ମହକୁମା ବାରିପଦାରେ ମଙ୍ଗଳବାର ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକଙ୍କ ମଧ୍ୟରେ ଏକ ମିଳିତ ବୈଠକ ପରେ ସନ୍ଧ୍ୟାରେ ସହରରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଲକ ଡାଉନ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ସମସ୍ତେ ଘରୁ ବାହାରକୁ ନ ବାହାରିବା ପାଇଁ ଚେତାବନୀ ଦେଇଥିଲେ । କେବଳ ଜରୁରୀକାଳୀନ ପରିସ୍ଥିତିରେ ବାହାରକୁ ଆସିବା ନିମନ୍ତେ ପରାମର୍ଶ ଦେବା ସହ ସହରରେ ଔଷଧ ଦୋକାନ, ପେଟ୍ରୋଲ ଓ ଡିଜେଲ ପମ୍ପ, ତେଜରାତି, ପନିପରିବା, ମାଛ ଓ ମାଂସ, ଦୁଗ୍ଧ ଆଦି ଦୋକାନଗୁଡିକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ । କିନ୍ତୁ, ଜିଲ୍ଲା ପ୍ରଶାସନର ଚେତାବନୀ ପରେ ମଧ୍ୟ ଆଜି କେତେକ ଜନସାଧାରଣ ଅଯଥାରେ ବାହାରେ ଘୁରିବୁଲିବା ଓ କାର, ଅଟୋ ଆଦି ଚଳାଚଳ କରୁଥିବାର ପରିଲକ୍ଷିତ ହେବା ପରେ ପୁଲିସ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରାଇ ଫେରାଇ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସ୍ମିଥ କେତେକ ଲକ ଡାଉନ ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କୁ ଧରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଜଣାପଡିଛି ।

ତେବେ ଲକ ଡାଉନ ଘୋଷଣା ହେବା ପରେ ପରେ ସହରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡିକର ଅହେତୁକ ଭାବେ ମୂଲ୍ୟ ବୃଦ୍ଧି ଘଟିଛି । ଅସାଧୁ ବ୍ୟବସାୟୀମାନେ ଆଳୁ, ପିଆଜ କଳାବଜାରୀ ଆରମ୍ଭ କରି ଦେଇଛନ୍ତି ।ଆଳୁ ଓ ପିଆଜ କିଲୋଗ୍ରାମ ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ବାଇଗଣ ୧୫ରୁ ବୃଦ୍ଧି ପାଇ ୩୦ରୁ ୪୦, ଫୁଲ କୋବି ୩୦, ପୋଟଳ , ବିନ ଓ ସୁଜନା ନାଡୀ ୧୨୦ , ଶାଗ ବିଡ଼ା ୧୦, କଲରା ୮୦, ବିଲାତି ୨୦ରୁ ୩୦ ଏହିପରି ପ୍ରତ୍ୟେକ ପରିବାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଡାଲି, ତେଲ, ଅଦା, ରସୁଣ ଓ ଲଙ୍କା ଆଦି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ଦେଶରେ ମାଲ ପରିବହନ କ୍ଷେତ୍ରରେ କୌଣସି କଟକଣା ନ ଥିବା ବେଳେ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟିବାର କାରଣ ଖୋଜୁଛି ଜନତା ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in