BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ମଦ୍ୟପ କାର୍ ଡ୍ରାଇଭରର ଉନ୍ମତ କାଣ୍ଡ : ଘଟାଇଲା ସିରିଜ୍ ଦୁର୍ଘଟଣା

FMODIA.IN 16-02-2020
Series accident at Baripada

ବାରିପଦା, ୧୬ ଫେବୃଆରୀ : ଶନିବାର ରାତି ପ୍ରାୟ ୧୦ଟା ସମୟରେ ବାରିପଦା ସହରରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା ଜଣେ ମଦ୍ୟପ ଡ୍ରାଇଭର। ଜେ ଏଚ-୦୫ ବିସି ୩୩୬୮ ନମ୍ବର ବିଶିଷ୍ଟ ମାରୁତି ସୁଜୁକି ସ୍ୱିଫ୍ଟ କାର ଚଳାଉଥିବା ଡ୍ରାଇଭର ଅଶୋକ ଦାସ ବାରିପଦା ସହର ବାଲେଶ୍ବର ଗୋଲେଇ - ପାଲବଣି ରାସ୍ତାରେ ଦ୍ରୁତ ଗତିରେ କାର୍ ଚଳାଇ ଯାଉଥିବା ବେଳେ ରାସ୍ତାରେ ଏକାଧିକ ଲୋକଙ୍କୁ ଧକ୍କା ଦେଇଥିଲା। ବାଲେଶ୍ଵର ଗୋଲେଇରୁ ପାଲବଣି ଛକ ପୂର୍ବରୁ ମଧ୍ୟ ଏକାଧିକ ବାଇକ୍ ଚାଳକ ଓ ପଥଚାରୀମାନଙ୍କୁ ଧକ୍କା ଦେଇଥିଲା। କାରକୁ ଆଗ ପଛ କରି ଚଳାଇ ଲୋକଙ୍କ ମନରେ ଏକ ପ୍ରକାର ଆତଙ୍କ ଖେଳାଇ ଦେଇଥିଲା। ତେବେ ସେହି ସମୟରେ ଟ୍ରେନ ଆସୁଥିବା କାରଣରୁ ଲେବଲ୍ କ୍ରସିଂ ଫାଟକ ପଡ଼ିଥିବାରୁ କାର୍ ଚାଳକ ଅଟକି ଯାଇଥିଲା । ଫଳରେ ଅନେକ ଲୋକ ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତି ଯାଇଥିଲେ । ଏକ ବାଇକ୍ ଚାଳକ କାର୍ ଚାଳକ ନିକଟରୁ ରକ୍ଷା ପାଇବା ନିମନ୍ତେ ଚଳନ୍ତା ବାଇକରୁ ଡ଼ିଆଁ ମାରିଥିବାର ଦେଖିବାକୁ ମିଳିଥିଲା । ଉତ୍ତ୍ୟକ୍ତ ଲୋକେ କାରଟିକୁ ବାଡେଇ ଭାଙ୍ଗି ଦେବା ପରେ ଓଲଟାଇ ଦେଇଥିଲେ। ପୁଲିସ ଆସି ମଦ୍ୟପ ଡ୍ରାଇଭରକୁ ଉଦ୍ଧାର କରିଥିଲା। ଡ୍ରାଇଭର ଜଣକ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବାସିନ୍ଦା ହୋଇଥିବା ବେଳେ ମାତ୍ର କେଇଦିନ ହେବ ଗାଡି ଚଲେଇବାକୁ ବାରିପଦା ଆସିଥିବା ଜଣାପଡିଛି। କାରଟି ଶୁଭେନ୍ଦ୍ର କୁମାର କରମହାପାତ୍ରଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡିଛି। ଏହି ଘଟଣାରେ କେହି ଗୁରୁତର ଆହତ ହୋଇନଥିଲେ ମଧ୍ୟ କାର୍ ଚାଳକର ଏପରି ଉନ୍ମତ କାଣ୍ଡ ସାଧାରଣରେ ଆତଙ୍କ ଖେଳାଇ ଦେଇଥିଲା ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in