ବିଧାୟକଙ୍କ କାନ୍ଧରେ ଗର୍ଭବତୀ, ବୋହି ନେଲେ ମେଡିକାଲକୁ

FMODIA.IN 11-02-2020

ତୁଷାର ମୋହନ

ନବରଙ୍ଗପୁର । ଏଫ୍ଏମ୍ ମିଡ଼ିଆ

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ନିଜ କାନ୍ଧରେ ଗର୍ଭବତୀ ମହିଳା ଙ୍କୁ ପାହାଡ଼ ଓ ଜଙ୍ଗଲ ରାସ୍ତାରେ ବୋହି ଆଣି ପୁଣି ନିଜ ଗାଡିରେ ବହି ମେଡିକାଲ କୁ ନେଇଛନ୍ତି । ଫଳରେ ବିଧାୟକ ଙ୍କ ଏଭଳି ହୃଦୟବାଦୀ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ର ଶୁଅ ଛୁଟୁଛି।ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ନିଆରା କାର୍ଯ୍ୟ ଶୈଳୀ ଓ ଜନସେବା ପାଇଁ ସର୍ବଦା ଚର୍ଚ୍ଚାର ପରିଧି ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଜଣେ ଗର୍ଭବତୀ ଙ୍କୁ କାନ୍ଧରେ ବୋହି ନିଜ ଗାଡି ରେ ମେଡିକାଲ କୁ ଆଣି ନିଜ ଭୋଟର ଙ୍କ ପ୍ରତି ନେତାଙ୍କ କିଭଳି ଆଚରଣ ରହିବା ଉଚିତ ଏବଂ ନେତାଙ୍କ ଜନତାଙ୍କ ପ୍ରତି କର୍ତ୍ତବ୍ୟ ର ଏକ ବଳିଷ୍ଠ ଉଦାହରଣ ଦେଖାଇଛନ୍ତି । ବିଧାୟକ ରନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଜଙ୍ଗଲ ଓ ପାହାଡ ଘେରା କୁସୁମଖୁଣ୍ଟା ଗ୍ରାମକୁ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିଲେ । ତେବେ ଗ୍ରାମର ମନ ବେହେରା ଙ୍କ ସ୍ତ୍ରୀ ଜେମା ବେହେରା ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ।ଆମ୍ବୁଲାନ୍ସ କୁ ଡକାଗଲା କିନ୍ତୁ ଗ୍ରାମ କୁ ଯାଇଥିବା ପାହାଡିଆ ରାସ୍ତା ଖରାପ ଥିବାରୁ ବାଧ୍ୟ ହୋଇ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା । ଗର୍ଭ ଜନିତ ଯନ୍ତ୍ରଣା ରେ ଛଟପଟ ହେଉଥିବା ଜେମା ଙ୍କୁ ମେଡିକାଲ ନେବା ଅପରିହାର୍ଯ୍ୟ ହୋଇପଡିଥିଲା।ଏହି ସମୟରେ ବିଧାୟକ ଉକ୍ତ ଘଟଣା ବାବଦରେ ଅବଗତ ହେବାପରେ ସଙ୍ଗେ ସଙ୍ଗେ କାଳ ବିଳମ୍ବ ନକରି ଅନ୍ୟ ମାନଙ୍କ ସହ ମିଶି ନିଜେ କାନ୍ଧରେ ବୋହି ପାହାଡିଆ ଜଙ୍ଗଲ ପ୍ରାୟ ୬ କିଲୋମିଟର ରାସ୍ତା ଅତିକ୍ରମ କରି ନିଜ ଗାଡି ପାଖକୁ ଆଣିଥିଲେ।ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡ଼ିରେ ପାପଡାହାଣ୍ଡି ମେଡିକାଲ କୁ ଆଣି ଜେମାଙ୍କ ଚିକିତ୍ସା କରାଇଥିଲେ ।ଏହିପରି ଅଞ୍ଚଳର ଲୋକ ଙ୍କ ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ନେତାଙ୍କ ଭିଡ଼ ଜମେ ଏବଂ ଗ୍ରାମର ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଅଜାଡି ଦିଅନ୍ତି କିନ୍ତୁ ନିର୍ବାଚନ ବୈତରଣୀ ପାର ହେବାପରେ ସବୁ ପ୍ରତିଶୃତି ଭୁଲି ଯାଆନ୍ତି କିନ୍ତୁ ବିଧାୟକ ରନ୍ଧାରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ବଧତା କୁ ଭୁଲି ନ ଥିଲେ। ସେ ନିଜେ ଜନତା ଙ୍କ ସେବା କରିବାକୁ ଆଗେଇ ଆସିଥିଲେ । ବିଧାୟକ ଙ୍କ ଏଭଳି ସହାନୁଭୂତି କାର୍ଯ୍ୟକଳାପ ପାଇଁ ସବୁଆଡ଼ୁ ପ୍ରସଂଶା ଆସୁଥିବା ବେଳେ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।