ମାଦ୍ରାସା ଶିକ୍ଷାର ଆଧୁନିକୀକରଣ ଉପରେ ସରକାରଙ୍କ ଖର୍ଚ୍ଚ କରିଛନ୍ତି ୬୩.୫୭ କୋଟି ଟଙ୍କା

FMODIA.IN 11-02-2020

ନୂଆଦିଲ୍ଲୀ,11 ଫେବୃୟାରୀ : କେନ୍ଦ୍ର ସରକାର ମାଦ୍ରାସା ଶିକ୍ଷାର ଆଧୁନିକୀକରଣ ଉପରେ ଗତ ଚଳିତ ଆର୍ଥିକ ବର୍ଷରେ୬୩.୫୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ରୀ୍ରୟ ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଲୋକସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି । କଂଗ୍ରେସ ସଦସ୍ୟ ରାଜମୋହନ ଉନ୍ନିଥନଙ୍କ ଲିଖିତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ଆଜି ପର୍ଯ୍ୟନ୍ତ ୬୩.୫୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।