ପୂର୍ବୋତରରେ ୮ଟି ରାଜ୍ୟରେ ମୋଟ ୫୩,୦୪୧ କରୋନା ରୋଗୀ - ଗତ ୨୪ ଘଂଟାରେ ୨୫୩୫ ନୂଆ କରୋନା ରୋଗୀ ଚିହ୍ନଟ

FMODIA.IN 01-08-2020
A total of 53,041 corona patients have been identified in nine states in the Northeast

ଗୌହାଟୀ, ୦୧ ଅଗଷ୍ଟ - ପୂର୍ବୋତରରେ ସିକିମ ସହିତ ଆଠଟି ରାଜ୍ୟରେ କରୋନା ସଂକ୍ରମତଙ୍କ ସଂଖ୍ୟା ନୂଆ ରେକର୍ଡ଼ ସୃଷ୍ଟି କରିଛି । ପୂର୍ବୋତର ରାଜ୍ୟରେ ଏହି ମହାମାରୀର ଭୟାବହତା ଏଇଥିରୁ ଜଣାପଡ଼ୁଛି । ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦ୍ରୁତ ଗତିରେ ନୂଆ କରୋନା ରୋଗୀ ମିଳୁଥିବା ଚିନ୍ତାର କାରଣ ହୋଇଛି । ପୂର୍ବୋତରରେ ସବୁଠାରୁ ଅଧିକ ମାମଲା ଆସାମରୁ ଆସିଅଛି, ତ୍ରିପୁରା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମଣିପୁର ତୃତୀୟ ସ୍ଥାନରେ ରହିଛି ।

ପୂର୍ବୋତରରେ ଗତ ୨୪ ଘଂଟା ମଧ୍ୟରେ ୨୫୩୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩,୦୪୧ରେ ପହଂଚିଛି । ଏଥିମଧ୍ୟରୁ ୩୭,୬୨୦ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ମୋଟ ୧୭୯୫ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ୧୫,୨୬୦ ରୋଗୀଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ୧୩୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ରୋଗୀ ପୂର୍ବୋତର ବାହାରକୁ ଚାଲିଯାଇଛନ୍ତି ।

ଆସାମରେ ନୂଆ ରୋଗୀଙ୍କ ସଂଖ୍ୟା ୧୮୬୨ ରେ ପହଂଚିଛି । ରାଜ୍ୟର ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪୦,୨୭୦ ହୋଇଛି । ଏଥିରୁ ୩୦,୩୫୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୨୭୭ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୯୮୧୧ ରୋଗୀଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ୯୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ରୋଗୀ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି ।

ତ୍ରିପୁରାରେ ଗତ ୨୪ ଘଂଟାରେ ୨୭୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । । ମୋଟ ରୋଗୀଙ୍କ ସଂଖ୍ୟା ୪୯୯୬ ରେ ପହଂଚିଛି । ୩୩୨୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୩୬୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୧୬୩୦ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏବେ ସୁଦ୍ଧା ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

ମଣିପୁରରେ ୧୧୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟର ମୋଟ ରୋଗୀଙ୍କ ସଂଖ୍ୟା ୨୬୨୧ ରେ ପହଂଚିଛି । ସେଥିମଧ୍ୟରୁ ୧୬୮୯ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୯୨୭ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏବେ ସୁଦ୍ଧା ୫ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ।

ନାଗାଲାଣ୍ଡରେ ୧୨୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୧୬୯୩ ହୋଇଛି । ରାଜ୍ୟରେ ୬୩୫ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୧୦୫୨ ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ଅରୁଣାଚଳ ପ୍ରଦେଶରେ ୧୦୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ୧୫୯୧ ହୋଇଛି । ୯୧୮ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୯୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୬୭୦ ଜଣ ରୋଗୀଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଛି ।

ମେଘାଳୟରେ ୨୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୩ ରେ ପହଂଚିଛି । ୨୧୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୬୦୩ ଜଣଙ୍କର ଏବେ ସୁଦ୍ଧା ଚିକିତ୍ସା ଚାଲିଛି ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ମିଜୋରମରେ ଗତ ୨୪ ଘଂଟାରେ ଜଣେ ବି କେହି ସଂକ୍ରମିତ ହୋଇନାହାନ୍ତି । ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୮ ରେ ପହଂଚିଛି । ୨୪୭ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୧୬୦ ଜଣ ରୋଗୀଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ସିକ୍କିମରେ ୨୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩୯ରେ ପହଂଚିଛି । ୨୩୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୧୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୪୦୭ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଜଣକର ମୃତ୍ୟୁ ହୋଇଛି ।