BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗରିବ ଲୋକଙ୍କୁ ୫୦ ଲକ୍ଷର ଟଙ୍କାର ଚାଉଳ ଦାନ କରିବେ ସୌରଭ ଗାଙ୍ଗୁଲି

FMODIA.IN 26-03-2020
bcci president ganguly donate 50 lakhs rupee rice the people

ନୂଆଦିଲ୍ଲୀ, ମାର୍ଚ୍ଚ୨୬ : ଭାରତ କରୋନା ଭାଇରସ ବିରୋଧରେ ସଂଘର୍ଷ ଜାରି ରଖିଛି । ଗତକାଲିଠୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ଲକଡାଉନ କାରଣରୁ ଅଧିକ ପ୍ରଭାବିତ ହେବାକୁ ଥିବା ଗରିବ ଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି । ସେ ଗରିବ ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବାକୁ ନିଷ୍ପତି ନେଇଛନ୍ତି ।

କ୍ରିକେଟ୍ ଆସୋସିଏସନ ଅଫ ବେଙ୍ଗଲ(ସିଏବି) ନିଜର ବୟାନରେ କହିଛି ଯେ, ଗାଙ୍ଗୁଲି ସେହି ଲୋକଙ୍କୁ ଚାଉଳ ଦାନ କରିବେ, ଯାହାଙ୍କୁ ସୁରକ୍ଷା କାରଣରୁ ସରକାରୀ ସ୍କୁଲରେ ରଖାଯାଇଛି । ଗାଙ୍ଗୁଲି ବାବା ଚାଉଳ ସହିତ ଗରିବ ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବେ । ଆଶା କରାଯାଉଛି ଗାଙ୍ଗୁଲିଙ୍କ ଏହି ପ୍ରୟାସ ରାଜ୍ୟର ଅନ୍ୟ ନାଗରିକଙ୍କୁ ଲୋକଙ୍କ ସେବା ପାଇଁ ପ୍ରୋତ୍ସାହିତ କରିବ ।

ସିଏବିର ସଭାପତି ଅଭିଷେକ ଡାଲମିଆ ମଧ୍ୟ ଗରିବ ଲୋକଙ୍କ ସହାୟତା ପାଇଁ ସରକାରଙ୍କ ଜରୁରୀକାଳୀନ ଫଣ୍ଡରେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କରୋନା ଭାଇରସ୍ର ପ୍ରତିରୋଧ ଲାଗି ୨୧ ଦିନିଆ ରାଷ୍ଟ୍ରବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in