BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କରୋନା: ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୪ କୋଟିରେ ପହଂଚିଲା

FMODIA.IN 18-10-2020
Carona: The number of victims in the world has reached around 8 crore

ନୂଆଦିଲ୍ଲୀ, 18 ଅକ୍ଟୋବର :କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ସମଗ୍ର ବିଶ୍ବରେ ୪ କୋଟି ପାଖାପାଖିରେ ପହଂଚିଛି । ଅପରପକ୍ଷେ ୧୧ ଲକ୍ଷ ୧୪ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇସାରିଛନ୍ତି ।

କରୋନା ଯୋଗୁଁ ବିଶ୍ୱରେ ରବିବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୯୯ ଲକ୍ଷ ୩୮ ହଜାର ୩୫୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୧୪ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୯୮ ଲକ୍ଷ ୮୦ ହଜାର ୪୮୦ ଜଣ ସୁସ୍ଥ ହୋଇଥିବା ବେଳେ ୮୯ ଲକ୍ଷ ୪୩ ହଜାର ୬୯୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୧ ହଜାର ୯୩୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୮୩ ଲକ୍ଷ ୪୨ ହଜାର ୪୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୪ ହଜାର ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୪ ଲକ୍ଷ ୩୨ ହଜାର ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୮୫ ହଜାର ୯୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୪୧୭ ଜଣ ଗୁରୁତର ଅଛନ୍ତି ।