BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ତାରିଖକୁ ନେଇ ବିବାଦ : କେଉଁ ତାରିଖ ସଠିକ? 29 ଅଗଷ୍ଟ ବନାମ 17 ସେପ୍ଟେମ୍ବର !

FMODIA.IN 18-09-2020
Controversy over Prime Minister Modi's birth date: Which date is correct? August 29 vs. September 17!

(Fast Mail News) -ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କୁ ନେଇ ବିବାଦ ପିଛା ଛାଡୁନାହିଁ l ପ୍ରଥମେ ଶ୍ରୀ ମୋଦୀ ଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଯେଉଁ ବିବାଦ ସୃଷ୍ଟି ହେଇଥିଲା ତାହା ଦେଶବାସୀଙ୍କ ମନରେ ସତେଜ ଥିବାବେଳେ ଏବେ ମୋଦୀଙ୍କ ଜନ୍ମ ତାରିଖକୁ ନେଇ ବିବାଦ ପୁଣି ସୃଷ୍ଟି ହୋଇଛି । ଗୁଜୁରାଟ ୟୁନିଭର୍ସିଟିର ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ଦସ୍ତାବେଜରେ ମୋଦିଙ୍କ ଜନ୍ମ ତାରିଖ 29, ଅଗଷ୍ଟ 1949 ମସିହା ଲିପିବଦ୍ଧ ହୋଇଥିବାବେଳେ ପରିବାର ସୂତ୍ରରୁ ମୋଦିଙ୍କ ଜନ୍ମ ତାରିଖ 17 ସେପ୍ଟେମ୍ବର 1950 ମସିହା ବୋଲି କୁହାଯାଇଛି । ୱେବସାଇଟ ଓ ସରକାରୀ ନଥିପତ୍ରରେ 17 ସେପ୍ଟେମ୍ବର ବୋଲି ଉଲ୍ଲେଖ ଅଛି l ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏମ. ଏନ କଲେଜ, ବିସନଗରରୁ ପ୍ରି-ସାଇନ୍ସ(12th)କରିଥିଲେ । କଂଗ୍ରେସର ବରିଷ୍ଠ ନେତା ଶକ୍ତି ସିଂ ଗୋହିଲ ଉକ୍ତ କଲେଜ ରେଜିଷ୍ଟରକୁ ପ୍ରମାଣ ସ୍ୱରୂପ ଦେଖାଇ ମୋଦୀଙ୍କ ଜନ୍ମ 29 ଅଗଷ୍ଟ 1949 ମସିହା ବୋଲି ଦାବୀ କରିଛନ୍ତି । ଏହି ରେଜିଷ୍ଟରରେ ମୋଦିଙ୍କ ନାମ ନରେନ୍ଦ୍ର କୁମାର ଦାମୋଦରଦାସ ମୋଦୀ ଲେଖାଯାଇଥିବା ଶ୍ରୀ ଗୋହିଲ ପ୍ରକାଶ କରିଛନ୍ତି । ଶ୍ରୀ ଗୋହିଲ ଆହୁରିମଧ୍ୟ ପ୍ରକାଶ କରିଛନ୍ତି ଯେ, ଆର ଟି ଆଇ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନାତକ ଡିଗ୍ରୀ ବିଷୟରେ ପ୍ରାୟ ସତୁରି ଥର ଗୁଜୁରାଟ ୟୁନିଭର୍ସିଟି କୁ ତଥ୍ୟ ମଗାଯାଇଥିଲେ ବି, ଗୋପନୀୟତାର ଦ୍ୱାହି ଦେଇ ୟୁନିଭର୍ସିଟି କର୍ତୃପକ୍ଷ ତଥ୍ୟ ଦେବାକୁ ମନା କରିଦେଇଥିଲେ । ଅନ୍ୟପକ୍ଷରେ ଶ୍ରୀ ମୋଦୀ ନିଜ ନିର୍ବାଚନୀୟ ଘୋଷଣାନାମାରେ ନିଜ ଜନ୍ମ ତାରିଖ ନଲେଖି କେବଳ ନିଜ ବୟସ ଉଲ୍ଲେଖ କରିଥିଲେ । କଂଗ୍ରେସ ଆହୁରି କହିଛି ଯେ ପ୍ରଧାନମନ୍ତ୍ରୀ ନିଜ ଭିସା, ପାନ କାର୍ଡ ଓ ଅନ୍ୟ ଦସ୍ତାବେଜ ସାଧାରଣରେ ପ୍ରକାଶ କରିବା ନିହାତି ଜରୁରୀ ଅଟେ l କାରଣ ସେହିସବୁ ନଥିପତ୍ରରୁ ମୋଦିଙ୍କ ଜନ୍ମ ତାରିଖ ଜଣାପଡ଼ିପାରେ I ଅଲଗା ଅଲଗା ଜନ୍ମତାରିଖ ଲେଖାଯିବା ପଛରେ କଣ କାରଣ ରହିଛି ତାହା ଜଣାପଡ଼ିନଥିଲେ ବି କଂଗ୍ରେସୀ ନେତା ଶ୍ରୀ ସିଂ, ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି.I ସେ କହିଛନ୍ତି ଯେ ମୋଦୀ ସ୍ନାତକ ଶିକ୍ଷା କେବେ ଆରମ୍ଭ କଲେ ସେ ବିଷୟରେ ଜଣେଇବା ସହିତ ଅତି କମରେ ତାଙ୍କ ସହିତ ସ୍ନାତକ ଶ୍ରେଣୀରେ ପଢ଼ୁଥିବା ଦଶ ଜଣ ସହପାଠୀଙ୍କ ନାମ ସାଧାରଣରେ ପ୍ରକାଶ କରନ୍ତୁ.ଯାହାଦ୍ୱାର ସତ୍ୟତା ସାମ୍ନାକୁ ଆସିପାରିବ I