ରାଜସ୍ଥାନରେ କରୋନାରେ ୧୦ ମୃତ : ୧୯ ଜିଲ୍ଲାରେ ୫୬୩ ନୂଆ ସଂକ୍ରମିତ

FMODIA.IN 01-08-2020
In Rajasthan, 10 people died in the corona: 563 new cases were reported in 14 districts

ଜୟପୁର, ୦୧ ଅଗଷ୍ଟ ରାଜସ୍ଥାନରେ ଶନିବାର ଦିନ କରୋନାରେ ପୁଣି ୧୦ ଜଣଙ୍କର ଜୀବନ ଯାଇଛି । ମୃତ୍ୟୁବରଣ କରିଥିବା ଲୋକମାନେ ହେଲେ ଜୟପୁରରୁ ୪, ଭିଲୱାଡ଼ା ଓ ନାଗୌରରୁ ୨-୨, ଯୋଧପୁର ଓ ପାଲିରେ ୧-୧ ରୋଗୀ ସାମିଲ ଅଛନ୍ତି । ଏହାକୁ ମିଶାଇ ଏବେ ପ୍ରଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୯୦ରେ ପହଂଚିଛି । ପ୍ରଦେଶରେ ଶନିବାର ସକାଳ ସୁଦ୍ଧା ୧୯ ଜିଳ୍ଲାରେ ୫୬୩ ଜଣ ନୂଆ ସଂକ୍ରମିତ ମିଳିଛନ୍ତି । ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୬୪୬ ହୋଇଛି ।

ଶନିବାର ସକାଳ ସୁଦ୍ଧା ଅଳବରରେ ସର୍ବାଧିକ ୧୦୫ ତଥା ରାଜଧାନୀ ଜ୍ରୟପୁରରେ ୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବାଦ କୋଟାରେ ୬୩, ବାଡ଼ମେରରେ ୫୯, ବିକାନେରରେ ୪୮, ଅଜମେରରେ ୩୨, ଜାଲୋରରେ ୩୦, ଭିଲୱାନାରେ ୨୫, ବାସଂବାଡ଼ାରେ ୧୯, ନାଗୌର ଓ ଝାଲାୱାଡ଼ରେ ୧୬-୧୬, ଶ୍ରୀଗଂଗାନଗର ରେ ୧୫, ଚିତୌଡ଼ଗଡ଼ରେ ୧୪, ଦୌସାରେ ୮, ଝୁନଝୁନ ରେ ୭, ସବାଇ ମାଧପୁରରେ ୪, ଟୋଂକରେ ୩, ବାରାଂ ଓ ହନୁମାନଗଡ଼ରେ ୧-୧ ନୂଆ ସଂକ୍ରମିତ ମିଳିଛନ୍ତି । ପ୍ରଦେଶର ଏବେ ସୁଦ୍ଧା ୨୯ ହଜାର ୯୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ ହଜାର ୫୦୬ ଜଣ ଘରକୁ ଫେରିଛନ୍ତି ।

ଚିକିତ୍ସା ବିଭାଗଙ୍କ କହିବା ଅନୁସାରେ ଏବେ ସୁଦ୍ଧା ଯୋଧପୁରରେ ୬୮୫୧, ଜୟପୁରରେ ୫୫୧୫, ଅଳବରରେ ୪୦୦୨, ପାଲିରେ ୨୬୪୭, ଭରତପୁରରେ ୨୫୭୧, ବିକାନେରରେ ୨୦୩୧, ଅଜମେରରେ ୧୯୭୦, କୋଟାରେ ୧୭୪୯, ନାଗୌରରେ ୧୪୪୮, ବାଡ଼ମେରରେ ୧୪୩୧, ଉଦୟପୁରରେ ୧୩୦୪, ଧୋଲପୁରରେ ୧୨୨୭, ଜାଲୋରରେ ୧୧୪୬, ସୀକରରେ ୧୦୬୩, ସିରୋହୀରେ ୮୭୯, ଚୁରୁରେ ୬୭୦, ଭିଲୱାଡ଼ାରେ ୬୬୩, ରାଜସମନ୍ଦରେ ୬୩୩, ଝୁନଝୁନରେ ୬୨୦, ଡୁଙ୍ଗରପୁରରେ ୫୯୮, ଝାଲାୱାଡ଼ରେ ୫୬୯, କରୌଲୀରେ ୩୫୧, ଦୌସାରେ ୩୧୬, ଟୋଂକରେ ୨୭୭, ଚିତୌଡ଼ଗଡ଼ରେ ୨୮୭, ଶ୍ରୀଗଂଗାନଗରରେ ୨୪୪, ବାଂସବାଡ଼ାରେ ୨୨୬, ହନୁମାନଗଡ଼ରେ ୨୦୮, ଅନ୍ୟ ପ୍ରଦେଶରେ ୧୮୮, ପ୍ରତାପଗଡ଼ରେ ୧୭୬, ଜୈସଲମେରରେ ୧୮୮, ବାରାଂ ରେ ୧୩୯ ଏବଂ ବୁନ୍ଦିରେ କରେନା ର ୧୩୬ ଜଣ ରୋଗୀ ମିଳିଛନ୍ତି । ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ନାଗରିକଙ୍କ ମଧ୍ୟରୁ ୭୮୬୨ ସଂକ୍ରମିତ ହୋଇଛନ୍ତି । ଏବେ ପ୍ରଦେଶରେ କରୋନାରେ ୧୧୯୭୯ ସକ୍ରିୟ ମାମଲା ରହିଛି ।