BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

କାବୁଲ ଗୁରୁଦ୍ୱାରାରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ ନିନ୍ଦା

FMODIA.IN 26-03-2020

ନୂଆଦିଲ୍ଲୀ,26 ମାର୍ଚ୍ଚ : ଆଫଗାନିସ୍ତାନର କାବୁଲ ଠାରେ ଥିବା ଗୁରୁଦ୍ୱାରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତ ଦୃଢ ଶବ୍ଦରେ ନିନ୍ଦା କରିଛି।

ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଆହତମାନଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ଭାରତ କାମନା କରୁଛି । ଆଫଗାନିସ୍ତାନର ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ପ୍ରଭାବିତ ପରିବାରକୁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ।

ଭାରତ ସରକାରଙ୍କ ପକ୍ଷରୁ ଜାରୀ ବିବୃତ୍ତିରେ କୁହାଯାଇଛି ଯେ ସଂଖ୍ୟାଲଘୁ ମାନଙ୍କର ଧାର୍ମିକ ପୂଜା ସ୍ଥଳ ଉପରେ ଏପରି ଆକ୍ରମଣ ବିଶେଷ ଭାବରେ କୋବିଡ-19 ମହାମାରୀ ସମୟରେ ଆକ୍ରମଣ ସେମାନଙ୍କର ସଇତାନୀ ମାନସିକତାକୁ ଦର୍ଶାଉଛି ।

ଏହି ଆକ୍ରମଣର ପ୍ରତିଶୋଧ ପାଇଁ ଏବଂ ଆଫଗାନିସ୍ତାନ ଏବଂ ଦେଶର ସୁରକ୍ଷା ପ୍ରତି ସେମାନଙ୍କର ଆଦର୍ଶ ସାହସ ଏବଂ ଉତ୍ସର୍ଗୀକୃତ ଦେଶ ପାଇଁ ସାହସୀ ଆଫଗାନିସ୍ତାନ ସୁରକ୍ଷା ବାହିନୀକୁ ଦେଶ ପ୍ରଶଂସା କରୁଛି ବୋଲି ବିବୃତିରେ କୁହା ଯାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in