BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଭାରତ ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କଲା

FMODIA.IN 18-10-2020
India has crossed another milestone

ଦେଢ ମାସ ପରେ ପ୍ରଥମଥର ଲାଗି ସକ୍ରିୟ ମାମଲା 8 ଲକ୍ଷ ତଳେ

ସମୁଦାୟ ସଂକ୍ରମଣର 10.70 ପ୍ରତିଶତ ସକ୍ରିୟ ମାମଲା

ନୂଆଦିଲ୍ଲୀ, 18 ଅକ୍ଟୋବର :କୋଭିଡ ପରିଚାଳନାରେ ଭାରତ ଆଉ ଏକ ସଫଳତାର ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରଥମ ଥର ପାଇଁ ଗତ ଦେଢ ମାସ ପରେ ଦେଶର ସକ୍ରିୟ କରୋନା ସଂକ୍ରମଣଙ୍କ ସଂଖ୍ୟା 8 ଲକ୍ଷ ତଳକୁ ଖସିଛି ।

ଆଜି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 7,95,087ରେ ପହଞ୍ଚିଥିବା ବେଳେ ଏହା ସମୁଦାୟ ସଂକ୍ରମଣର ମାତ୍ର 10.70 ପ୍ରତିଶତ ବୋଲି ଜଣାପଡିଛି । ସେପ୍ଟେମ୍ବର ପହିଲାରେ ସକ୍ରିୟ ମାମଲା 8 ଲକ୍ଷ (7,85,996) ଥିଲା ।

ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଥିବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଭାରତରେ ସୁସ୍ଥତା ହାର ମଧ୍ୟ ଖୁବ ଅଧିକ ରହିଛି । ଏପର୍ଯ୍ୟନ୍ତ 65 ଲକ୍ଷରୁ (65,24,595) ଊର୍ଦ୍ଧ୍ଵ ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ସଂଖ୍ୟାର ପାର୍ଥକ୍ୟ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଁ ଏହା ଏବେ 57,29,508ରେ ଆଜି ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟର 70,816 ଜଣ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ/ସଙ୍ଗରୋଧରୁ ଛାଡ଼ ପାଇଥିବା ବେଳେ 62,212 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ବୃଦ୍ଧି ପାଇ 87.78 ପ୍ରତିଶତରେ ପହଞ୍ଚିଛି ।

ଦେଶବ୍ୟାପୀ ଡାକ୍ତରୀ ଭିତ୍ତିଭୂମିର ବିକାଶ, ଚିକିତ୍ସା ସମ୍ପର୍କିତ କେନ୍ଦ୍ରୀୟ ନିୟମାବଳୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ଅନୁପାଳନ, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଦେଶର ସୁସ୍ଥତା ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । ଭାରତରେ ପୃଥିବୀର ସବୁଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଏହାର ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହି ଆଜି ଏହା 1.52 ପ୍ରତିଶତରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶତକଡା 78 ଭାଗ ନୂତନ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ମହାରାଷ୍ଟ୍ରରେ ଦିନକ ମଧ୍ୟରେ ସର୍ବାଧିକ 13 ହଜାରୁ ଊର୍ଦ୍ଧ୍ଵ ସୁସ୍ଥ ହୋଇଥିବା ବେଳେ କର୍ଣ୍ଣାଟକରେ ତାପଛକୁ 8 ହଜାରୁ ଅଧିକ ସୁସ୍ଥ ହୋଇଛନ୍ତି ।

ଏହି ବୈଶ୍ଵିକ ମହାମାରୀର ମିଳିତ ମୁକାବିଲା କରିବା ଦିଗରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଗୁଡିକୁ ସାହାଯ୍ୟ କରୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ ଓ ପଶ୍ଚିମବଙ୍ଗ ସରକାରକୁ ନିକଟକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ପଠାଇଛନ୍ତି । ନିକଟରେ ଏହିସବୁ ରାଜ୍ୟରେ ନୂତନ ସଂକ୍ରମଣ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ଏହି ଦଳଗୁଡିକ ରାଜ୍ୟଗୁଡିକୁ ସେମାନଙ୍କ ଆବଦ୍ଧାଞ୍ଚଳ ପରିଚାଳନା, ନମୁନା ପରୀକ୍ଷଣ, ସଂକ୍ରମଣ ପ୍ରତିଷେଧକ ଓ ନିୟନ୍ତ୍ରଣ ପଦକ୍ଷେପଗୁଡିକ ନେଇ ପରାମର୍ଶ ଦେଉଛନ୍ତି । ସମୟୋଚିତ ରୋଗ ନିରୂପଣ ନେଇ ଏହି କେନ୍ଦ୍ରୀୟ ଦଳ ରାଜ୍ୟଗୁଡିକୁ ସହାୟତା କରୁଛନ୍ତି ।