BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭାରତ ଚୀନର ବିସ୍ତାରବାଦୀ ନୀତିର ସଠିକ ଜବାବ ଦେଇଛି ଭାରତ – ମୋହନ ଭାଗବତ

FMODIA.IN 25-10-2020

କରୋନାକୁ ନେଇ ମୋହନ ଭାଗବତ କଲେ ସରକାରଙ୍କର ପ୍ରଶଂସା
ନାଗପୁର, ୨୫ ଅକ୍ଟୋବର | ବିଜୟାଦଶମୀ ଅବସରରେ ନାଗପୁର ସ୍ଥିତ ସଂଘ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ସଂଘର ସ୍ୱୟଂସେବକ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ଭାରତ ଚୀନର ବିସ୍ତାରବାଦୀ ନୀତିର ସଠିକ ଜବାବ ଦେଇଛି ହେଲେ ଭବିଷ୍ୟତରେ ଆହୁରି ସଚେତନ ରହିବା ଓ ସେନାକୁ ଆହୁରି ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି ।

ସେ କରୋନା ମହାମାରୀର ମୁକାବିଲା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରୟାସର ପ୍ରଶଂସା କରିବା ସହ ବିଶ୍ୱରେ ଭାରତରେ ଏହି ରୋଗରୁ ଭାରତକୁ କମ କ୍ଷତି ହୋଇଛି ।
ସେ କହିଛନ୍ତି ଯେ ବିଶ୍ୱର ଅନ୍ୟ ଦେଶ ମାନଙ୍କ ତୁଳନାରେ ଆମ ଭାରତ ଏହି ସଂକଟ ସ୍ଥିତିରେ ଅଧିକ ଭଲ ପ୍ରକାର ଠିଆ ହୋଇଥିବା ଦେଖିବାକୁ ମିଳିଛି । ଭାରତ ଏହି ମହାମାରୀର ପ୍ରଭାବ ସମ୍ପର୍କରେ ଅନୁମାନ କରି ଶାସନ ପ୍ରଶାସନ ଦ୍ୱାରା ନିୟମ ଲାଗୁ କରିବା ସହ ଉପାୟ ମଧ୍ୟ କରିଥିଲେ ।
ଡ. ଭାଗବତ କହିଛନ୍ତି ଯେ କରୋନା ମହାମାରୀ ସନ୍ଦର୍ଭରେ ଚୀନର ଭୂମିକା ସନ୍ଦିଗ୍ଧ ରହିଥିଲା ହେଲେ ନିଜର ଆର୍ଥିକ, ସାମରିକ ଶକ୍ତି ରେ ମଦାନ୍ଧ ହୋଅ ସେ ଭାରତର ସୀମା ଉପରେ ଯେଉଁ ପ୍ରକାର ଅତିକ୍ରମଣ କରିବାକୁ ଚେଷ୍ଟା କଲା ତାହା ସମଗ୍ର ବିଶ୍ୱ ସାମନାରେ ସ୍ପଷ୍ଟ ଭାବେ ରହିଛି ।

ସେ କହିଛନ୍ତି ଯେ ଭାରତ ଚୀନର ଏହି କାର୍ଯ୍ୟକଳାପକୁ ନେଇ ତାକୁ ଘେରିଛି ଓ ଭାରତର ଶାସନ ପ୍ରଶାସନ ତଥା ଜନସାଧାରଣ ଏହି ଆକ୍ରମଣ ସାମନାରେ ଠିଆ ହୋଇ ନିଜର ସ୍ୱାଭିମାନ. ଦୃଢ ସଂକଳ୍ପ . ବୀରତ୍ୱର ପରିଚୟ ଦେଇଛି । ଚୀନକୁ ଏପରି ଆଶା ନ ଥିଲା ।
ସେ କହିଛନ୍ତି ଯେ ଚୀନକୁ ଭାରତ ସଠିକ ଉତର ଦେଇଛି ହେଲେ ଆଗାମୀ ଦିନରେ ଅଧିକ ଜାଗ୍ରତ ରହିବା ଓ ଦେଶର ସୈନ୍ୟ ବାହିନୀକୁ ଆହୁରି ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି ।
ଚୀନକୁ ବର୍ତମାନ ଏହାର ଅନୁଭବ ହୋଇ ଯାଇଛି ଯେ ଭାରତ ଶାନ୍ତ ଦେଶ ହେଲେ ଏହାର ଅର୍ଥ ନୁହଁ ଯେ ଭାରତ ଦୁର୍ବଳ ।
ସେନାର ପରାକ୍ରମ ଉପରେ ସେ କହିଛନ୍ତି ଯେ ଆମର ସେନାର ଅତୁଟ ଦେଶଭକ୍ତି, ଆଦମ୍ୟ ବୀରତ୍ୱ, ଆମର ଶାସନକର୍ତାଙ୍କ ସ୍ୱାଭିମାନୀ ଦୃଷ୍ଟିକୋଣ ତଥା ଆମ ସମସ୍ତ ଭାରତୀୟଙ୍କ ସଂକଳ୍ପର ପରିଚୟ ଚୀନକୁ ପ୍ରଥମ ଥର ପାଇଁ ମିଳିଛି । ଆମେ ସମସ୍ତଙ୍କ ସହ ମିତ୍ରତା ଚାହୁଁ, ଏହା ଆମର ସ୍ୱଭାବ ହେଲେ ଆମର ସଦଭାବନାକୁ ଦୁର୍ବଳତା ବୋଲି ମନେ କରି ନିଜର ଶକ୍ତି ଦ୍ୱାରା ଭାରତକୁ କେହି ନୂଆଇଁ ଦେବ ବୋଲି ଯଦି କେହି ଭାବୁଛି ତାହା ଏବେ ହେବ ନାହିଁ । ବର୍ତମାନ ଏହା ସମସ୍ତେ ବୁଝି ଯିବା ଉଚିତ ।