BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ୱେବିନାରରେ ଆନ୍ତର୍ଜାତୀୟ ଯୋଗ ସମ୍ମିଳନୀ

FMODIA.IN 18-09-2020

ଭୁବନେଶ୍ୱର ,୧୮ ସେପ୍ଟେମ୍ବର :-- ସୁସ୍ଥତା ର ଆଧାର ହେଉଛି ଯୋଗ । ମନ, ଶରୀର ତଥା ମାନସିକ ଶାନ୍ତି ନିମନ୍ତେ ଯୋଗ ହିଁ ଏକମାତ୍ର ସାଧନ । ଯାହା ଏକ ସୁସ୍ଥ ସାମାଜିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ବୈଦିକ ଯୁଗରୁ ମୁନି, ଋଷିମାନେ ଯୋଗ, ପ୍ରାଣାୟମ କରି ଆସୁଛନ୍ତି । କେବଳ ଭାରତ ଭିତରେ ଆଉ ଯୋଗ ସୀମିତ ହୋଇ ରହିନାହିଁ । ଯାହା ସାରା ବିଶ୍ୱକୁ ବ୍ୟାପିଛି । ଯୋଗକୁ ନେଇ ଆଗ୍ରହ ବଢୁଛି । ଯୋଗର ମହାତ୍ମ୍ୟ ସମ୍ପର୍କରେ ଲୋକେ ବୁଝିଲେଣି । ବାସ୍ତବିକ ଜୀବନରେ ଏହା କେତେ ଜରୁରୀ ଓ ଉପାଦେୟ ଏହାକୁ ନେଇ ସବୁଠି ବେଶ୍ ଚର୍ଚ୍ଚା । ବର୍ତମାନ ମହାମାରୀ କରୋନା ଅର୍ଥାତ୍ ଏହି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯୋଗ ହିଁ ଏକମାତ୍ର ଅସ୍ତ୍ର ବୋଲି ଭୁବନେଶ୍ୱରସ୍ଥିତ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀ ଦ୍ୱାରା ୱେବିନାର ମାଧ୍ୟମ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଯୋଗ ସମ୍ମିଳନୀରେ ଯୋଗ ଦେଇଥିବା ଅତିଥି ଓ ଯୋଗସାଧକ ମାନେ ମତପ୍ରକାଶ କରିଛନ୍ତି । ଏତଦ୍ସହ ବିଦେଶରୁ ଅଂଶଗ୍ରହଣ କରିଥିବା ବ୍ୟକ୍ତି ଓ ବିଦ୍ୟାର୍ଥୀ ଯୋଗବିଦ୍ୟାକୁ ଅନ୍ଲାଇନ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଜରିଆରେ ଶିକ୍ଷାଦାନ କରାଗଲେ ଅନେକ ଉପକୃତ ହୋଇପାରନ୍ତେ ବୋଲି ଆଶାପ୍ରକଟ କରିଥିଲେ ।

ୱେବିନାରକୁ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ଉଦ୍ଘାଟନ କରିବା ସହ ବଲାଙ୍ଗୀରର ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ଶୀବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କୁମାର ପ୍ରଧାନ, ଯୋଗୀ ଏନ୍. ରାମଲିଙ୍ଗମ୍, ସ୍ୱାମୀ ଧ୍ରୁବ ଚୈତନ୍ୟ, ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ, ଡଃ ବ୍ୟୋମକେଶ ତ୍ରିପାଠୀ, ବିଷ୍ଣୁପଦ ସେଠୀ(ଆଇ.ଏ.ଏସ୍), ଇଂ ସୌମ୍ୟପ୍ରକାଶ ପଟ୍ଟନାୟକ, ଡଃ ଜ୍ୟୋତିରଞ୍ଜନ ପରିଡ଼ା, ପ୍ରଫେସର ରାଧାମୋହନ ଳମିଶ୍ର, ବୁଲଗେରିଆରୁ ଇନା ସାଭୋନା, ଦକ୍ଷିଣ କୋରିଅ।।ରୁ ସ୍କୁଆନ ୟୁଆନ. ବ୍ରାଜିଲରୁ କାରୋଲିନା, ଥାଇଲାଣ୍ଡରୁ ଡଃ ଅଦ୍ରିଶ ବ୍ରହ୍ମଦତ ଏବଂ ମିଆଁମାରରୁ ମାଷ୍ଟର ଜ୍ୟାକ୍ ପ୍ରମୁଖ ଅଂଶଗ୍ରହଣ କରି ନିଜର ମତ ରଖିଥିଲେ । ଏହି ସମ୍ମିଳନୀରେ ବିଶ୍ୱର ୧୧ଟି ଦେଶ ଭାଗ ନେଇଥିଲେ ବୋଲି ଡଃ ପ୍ରଧାନ ସୂଚନା ଦେଇଛନ୍ତି ।