BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ସୁଷମା ସ୍ୱରାଜ ଜଣେ ଅସାଧାରଣ ସହଯୋଗୀ ତଥା ଉତ୍କୃଷ୍ଟ ମନ୍ତ୍ରୀ ଥିଲେ - ପ୍ରଧାନମନ୍ତ୍ରୀ ମୋଦି

FMODIA.IN 14-02-2020
Modi remembering shusma swaraj

ନୂଆଦିଲ୍ଲୀ, ୧୪ ଫେବୃଆରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱ. ସୁଷମା ସ୍ୱରାଜଙ୍କୁ ତାଙ୍କ ଜନ୍ମ ଦିନରେ ମନେ ପକାଇଛନ୍ତି ଓ କହିଛନ୍ତି ଯେ ସେ ଜଣେ ଅସାଧାରଣ ସହଯୋଗୀ ତଥା ଉତ୍କୃଷ୍ଟ ମନ୍ତ୍ରୀ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଦିନ ସୁଷମାଙ୍କୁ ମନେ ପକାଇ ଟ୍ୱିଟ କରି କହିଛନ୍ତି ଯେ ସେ ଗାରିମା, ଶାଳୀନତା ଓ ଅତୁଟ ପ୍ରତିବଦ୍ଧତାର ପ୍ରତୀକ ଥିଲେ । ଦୃଢତାର ସହିତ ଭାରତୀୟ ମୂଲ୍ୟ ଓ ଲୋକାଚାରରେ ନିହିତ ଆମର ରାଷ୍ଟ୍ର ସମ୍ପର୍କରେ ତାଙ୍କର ମହାନ ସ୍ୱପ୍ନ ଥିଲା । ସେ ଜଣେ ଅସାଧାରଣ ସହଯୋଗୀ ଓ ଉତ୍କୃଷ୍ଟ ମନ୍ତ୍ରୀ ଥିଲେ । ସାର୍ବଜନୀନ ସେବା ପାଇଁ ସେ ତାଙ୍କର ସମ୍ପୂର୍ଣ ଜୀବନ ସମର୍ପିତ କରି ଦେଇଥିଲେ । ଏହି ଅବସରରେ ମୋଦୀ ତାଙ୍କ ସହ ଏକ ଫଟୋକୁ ମଧ୍ୟ ଶେୟାର କରିଛନ୍ତି

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in