BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଭାରତର ମାଟିକୁ କେହି ଜବରଦଖଲ କରିପାରିବ ନାହିଁ : ଅମିତ ଶାହା

FMODIA.IN 18-10-2020
No one can seize Indian soil: Amit Shah

ନୂଆଦିଲ୍ଲୀ, 18 ଅକ୍ଟୋବର:ଲଦ୍ଦାଖରେ ଚୀନ ସହିତ ଉତ୍ତେଜନା ଜାରି ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋଦୀ ସରକାର ଦେଶର ଏକ ଏକ ଇଞ୍ଚ ଜମିକୁ ବଂଚାଇବା ଲାଗି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଭାରତର ମାଟିକୁ କେହି ଜବରଦଖଲ କରିପାରିବ ନାହିଁ । ସରକାର ଚୀନରେ ଲଦ୍ଦାଖ ସହିତ ଉତ୍ତେଜନା ହ୍ରାସ କରିବାକୁ ଯଥାସମ୍ଭବ ସୈନ୍ୟ ଓ କୁଟନୈତିକ ପଦକ୍ଷେପ ନେଉଛନ୍ତି ।

କଣ ଭାରତୀୟ କ୍ଷେତ୍ରରେ ଚୀନ ପ୍ରବେଶ କରିଛି, ଏହି ପ୍ରଶ୍ନର ଉ ତ୍ତରରେ ଏକ ଘରୋଇ ଚ୍ୟାନେଲକୁ ଅମିତ ଶାହା କହିଛନ୍ତି ଆମେ ନିଜର ଏକ ଏକ ଇଞ୍ଚ ଭୂଭାଗକୁ ନେଇ ସତର୍କ ରହିଛୁ । ଆମର ମାଟିକୁ କେହି ଜବରଦଖଲ କରିପାରିବ ନାହିଁ । ଆମ ପାଖରେ ସେନା ଓ ନେତୃତ୍ୱ ନେବାର ବଳ ଅଛି । ଆମେ ସୀମାକୁ ସୁରକ୍ଷା ଦେଇପାରିବୁ । ଗୃହମନ୍ତ୍ରୀ କହିଛନ୍ତି, ସରକାର ଦେଶର ଅଖଣ୍ଡତା ଓ ସୁରକ୍ଷା ଲାଗି ପ୍ରତିବଦ୍ଧ ।