ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସହ ସାରା ଦେଶ ଛିଡା ହୋଇଛି: ପ୍ରଧାନମନ୍ତ୍ରୀ

FMODIA.IN 22-05-2020

ନୂଆଦିଲ୍ସୀ, 22 ମଇ : ଓଡ଼ିଶା ଓ ପଶ୍ଚିମବଙ୍ଗରେ ଘୂର୍ଣ୍ଣିବାତ୍ୟା ଅମ୍ଫନ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଯଥାଶୀଘ୍ର ସୁଧୁରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି । ଆଜି ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସାହସର ସହିତ ବାତ୍ୟା ଅମ୍ଫନର ମୁକାବିଲା କରିଥିବା ଓଡ଼ିଶାବାସୀଙ୍କ ସହିତ ମୋର ଭାବନା ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ଲାଗି ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି । ବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଯଥାଶୀଘ୍ର ସୁଧାର ଆସିବା ନେଇ ମୁଁ ପ୍ରାର୍ଥନା କରୁଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଦଳ କାର୍ଯ୍ୟ ଚାଲୁ ରଖିଛନ୍ତି । ବରିଷ୍ଠ ଅଧିକାରୀମାନେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି ।

ପ୍ରଭାବିତଙ୍କୁ ସାହାଯ୍ୟ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସଂକଟ ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀଙ୍କ ସହ ସାରା ଦେଶ ଛିଡା ହୋଇଛି । ଉଭୟ ରାଜ୍ୟରେ ସାଧାରଣ ଅବସ୍ଥା ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି ।