BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗରେ ଆଉ ଜଣେ ବ୍ୟକ୍ତି କରୋନା ସଂକ୍ରମିତ, ରୋଗୀ ସଂଖ୍ୟା ୧୦କୁ ବୃଦ୍ଧି

FMODIA.IN 26-03-2020
one more corona identify in west bengal

କୋଲକାତା, ମାର୍ଚ୍ଚ ୨୬ : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଏହାର ସଂକ୍ରମଣ ଏବେ ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି । ଦକ୍ଷିଣ ୨୪ ପ୍ରଗଣାର ନୟାବାଦରେ ରହୁଥିବା ୬୬ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ କୋଲକାତାର ପିୟରଲେସ୍ ହସ୍ପିଟାଲରେ ଭର୍ତି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ଏହାର ସୂଚନା ଦିଆଯାଇଛି ।

ସୂଚନା ଅନୁଯ୍ୟାୟୀ ରୋଗୀ ମାର୍ଚ୍ଚ ୨୩ରୁ ହସ୍ପିଟାଲରେ ଭର୍ତି ଅଛନ୍ତି । ତାଙ୍କୁ କାଶ ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେଉଥିଲା । ପରୀକ୍ଷଣ ପାଇଁ ବୁଧବାର ତାଙ୍କର ରକ୍ତ ନମୂନା ଓ ସ୍ୱାବ ବୋଲିଆଘାଟ ନାଇସେଡ୍ ହସ୍ପିଟାଲକୁ ପଠାଯାଇଥିଲା । ବିଳମ୍ବିତ ରାତ୍ରିରେ ଆସିଥିବା ରିପୋର୍ଟରେ କରୋନା ପଜିଟିଭ୍ ଜଣା ପଡିଥିଲା । ହସ୍ପିଟାଲରେ ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ ଓ୍ାର୍ଡରେ ରଖାଯାଇଛି ।

ବଡ କଥା ଏହି ବ୍ୟକ୍ତି ନା ବିଦେଶ ଯାଇଥିଲେ ନା ଅନ୍ୟ କୌଣସି ରାଜ୍ୟରୁ ଆସିଥିଲେ । ନୟାବାଦରେ ଯେଉଁଠି ରୋଗୀଙ୍କ ଘର ସେଠୁ ଅନତି ଦୂରରେ ରାଜ୍ୟ ସଚିବାଳୟର ସେହି ଡବ୍ଲ୍ୟୁବିସିଏସ ଅଧିକାରୀଙ୍କ ଘର ଯାହାଙ୍କ ପୁତ୍ର ସର୍ବ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ସେ ଲଣ୍ଡନରୁ ଫେରିଥିଲେ ଏବଂ କୋଲକାତାରେ ପହଂଚିବା ପରେ ଚାରି ଆଡେ ବୁଲିଥିଲେ । ଉକ୍ତ ପିଲାଠୁ ସଂକ୍ରମଣ ବ୍ୟାପିଛି ନା ନାହିଁ ଏହାର ଯାଂଚ କରାଯାଉଛି ।

କୁହାଯାଉଛି ଯେ, କରୋନା ଚିହ୍ନଟ ୬୬ ବର୍ଷୀୟ ବ୍ୟକ୍ତି ମେଦିନିପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ମଧ୍ୟ ସଂକ୍ରମଣ ବ୍ୟାପି ଥାଇପାରେ ବୋଲି ଆଶଙ୍କା କରାଯାଉଛି, କାରଣ ସେହି ବିବାହ କାର୍ଯ୍ୟକ୍ରମରେ ବିଦେଶରୁ ଫେରିଥିବା କିଛି ଲୋକ ସାମିଲ ଥିଲେ । ବୃଦ୍ଧଙ୍କ ସଂପର୍କ ସେହି ଲୋକଙ୍କ ସହିତ ମଧ୍ୟ ହୋଇଥିଲା । ଉକ୍ତ ବିବାହ ସମାରୋହରେ ବିଦେଶରୁ ଫେରିଥିବା କେଉଁ କେଉଁ ଲୋକ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏହାର ଯାଂଚରେ ଜୁଟିଛନ୍ତି ।

ଉଲ୍ଲେଖନୀୟ ସଂପ୍ରତି କୋଲକାତାର ବୋଲିଆଘାଟ ଆଇଡି ହସ୍ପିଟାଲରେ କରୋନାରେ ସଂକ୍ରମିତ ଆଠ ଜଣ ଭର୍ତି ହୋଇଛନ୍ତି । କୋଲକାତାର ଆମ୍ରି ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କର କରୋନା କାରଣରୁ ମୃତ୍ୟୁ ଘଟି ସାରିଛି । ଏହି ପରି ରାଜ୍ୟରେ ପୀଡିତଙ୍କ ସଂଖ୍ୟା ୧୦ରେ ପହଂଚିଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in