ପୁଞ୍ଛରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ , ଜଣେ ଭାରତୀୟ ଯବାନ୍ ସହିଦ

FMODIA.IN 01-08-2020

ପୁଞ୍ଛ, ୦୧ ଅଗଷ୍ଟ - ପୁଞ୍ଛ ଜିଲ୍ଲାର କସବା-କିରାନି ଏବଂ ବାଲାକୋଟ ସେକ୍ଟରରେ ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରି ପ୍ରବଳ ଗୁଳି ଚଳାଇଥିଲା । ଭାରତୀୟ ସୈନିକମାନେ ମଧ୍ୟ ଏହାର ଉପଯୁକ୍ତ ଜବାବ୍ ଦେଇଥିଲେ । ତେବେ ଏହି ସଂଘର୍ଷରେ ଭାରତୀୟ ଯବାନ୍ ରୋହନ କୁମାର ସହୀଦ ହୋଇଛନ୍ତି ।

ପୁଞ୍ଛ ଜିଲ୍ଲାର ବାଲୋକୋଟରେ ଥିବା ଲାଇନ ଅଫ୍ କେଂଟ୍ରାଲ ସହରାଂଚଳ ତଥା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଗୁଳି ଚଳାଇଥିଲା । ଏହାସହ ପାକିସ୍ତାନୀ ସେନାସେକ୍ଟରରେ ଅବସ୍ଥିତ ଭାରତୀୟ ପୋଷ୍ଟ ଏବଂ ଆବାସିକ ଅଂଚଳକୁ ଟାର୍ଗେଟ କରି ମୋର୍ଟାର ମାଡ କରିଥିଲା । ଏହି ଗୁଳି ବିନିମୟରେ ଭାରତୀୟ ସୈନିକ ରୋହନ କୁମାର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ଯବାନଙ୍କର ମୃତ୍ୟୁ ହୋଇଥିଲା ।