ପଂଜାବ ବିଷାକ୍ତ ମଦମୃତ୍ୟୁ ମାମଲା : ମୃତ୍ୟୁ ସଂଖ୍ୟା 86 କୁ ବୃଦ୍ଧି

FMODIA.IN 01-08-2020
Punjab poisoning death toll rises to 86

ଚଣ୍ଡିଗଡ଼, ୦୧ ଅଗଷ୍ଟ- ପଞ୍ଜାବର ସୀମାବର୍ତୀ ଅମୃତସର, ତରନ ତାରନ ଏବଂ ଗୁରୁଦାସପୁରରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା 86କୁ ବୃଦ୍ଧି ପାଇଛି । ଏହି ଘଟଣାରୈ ରାତି ତମାମ୍ ଚଢାଉ ପରେ ଆଠ ଜଣଙ୍କୁ ଗିରଫ କରାଯାଇଥିବା ଥିବା ବେଳେ ବିଭିନ୍ନ ସ୍ଥାନରୁ ବିଷାକ୍ତ ଏବଂ କଂଚା ମଦ ଜବତ କରାଯାଇଛି ।

ପଞ୍ଜାବ, ଅମୃତସର, ତରନ ତାରନ ଏବଂ ଗୁରୁଦାସପୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ପ୍ରକ୍ରିୟା ଗୁରୁବାର ରାତିରୁ ଆରମ୍ଭ ହୋଇଥିଲା । ଶନିବାର ସକାଳ ୭ ଟା ସୁଦ୍ଧା ମୃତ୍ୟୁସଂଖ୍ୟା 86ରେ ପହଂଚିଛି । ଶୁକ୍ରବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଛାନଭିନ୍ ପରେ ଜଣାପଡିଛି ଯେ ତରନ ତାରନ ଜିଲ୍ଲାର ଅନେକ ଗାଁରେ ଲୋକମାନେ କେବଳ ନିଜ ଘରେ ମଦ ତିଆରି କରୁନାହାଁନ୍ତି, ବରଂ ପୋଲିସ ସହିତ ମିଶି ଘରେ ବେଆଇନ ବାର ମଧ୍ୟ ଚଳାଉଛନ୍ତି ।

ସେପଟେ ଶୁକ୍ରବାର ରାତିରେ ପୋଲିସ ଅନେକ ସ୍ଥାନରେ ଚଢାଉ କରି ବହୁ ପରିମାଣର ବିଷାକ୍ତ ମଦ ଜବତ କରିଛି । ତାରନ ତରାନରେ 63ଜଣ, ଅମୃତସରରେ 12ଜଣ ଏବଂ ଗୁରୁଦାସପୁରରେ 11ଜଣଙ୍କର ମୃତ୍ୟୁ ଘଟିଛି । ତେବେ ପଞ୍ଜାବ ସରକାରଙ୍କ କୌଣସି ପ୍ରତିନିଧୀ ଏହି ଗ୍ରାମରେ ପହଂଚି ନାହାଁନ୍ତି । ପଞ୍ଜାବର ଡିଜିପି ଦିନକର ଗୁପ୍ତାଙ୍କ ଅନୁଯାୟୀ ପୋଲିସ କ୍ରମାଗତ ଭାବେ ଚଢାଉ କରୁଛି । ଅପରାଧୀଙ୍କୁ ଗିରଫ କରାଯାଉଛି । ପୋଲିସର ଆଠଟି ଟିମ୍ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କୌଣସି ଅଭିଯୁକ୍ତଙ୍କୁ ଛଡାଯିବ ନାହିଁ ।