BIG NEWS
ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଲେ ଉଦବୋଧନ,କହିଲେ ସିଏଏର କେଉଁ ଧାରାରେ ନାଗରିକତା ସମାପ୍ତ କରିବାର ରହିଛି ବ୍ୟବସ୍ଥା ଜବାବ ଦିଅନ୍ତୁ ବିରୋଧି
Breaking News

ଶାହୀନ ବାଗ ଶିଶୁ ମୃତ୍ୟୁ ଉପରେ ସୁପ୍ରୀମକୋର୍ଟଙ୍କ କଡ଼ା ଟିପ୍ପଣୀ

FMODIA.IN 11-02-2020

ନୂଆଦିଲ୍ଲୀ, 11 ଫେବୃଆରୀ : ଶାହୀନ ବାଗରେ ସିଏଏ ବିରୋଧରେ ଜାରି ରହିଥିବା ଧାରଣା-ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟ ପ୍ରଦର୍ଶନରେ 4 ମାସର ଶିଶୁ ମୃତ୍ୟ ଉପରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ପ୍ରଦର୍ଶନରେ ଶିଶୁର ମୃତ୍ୟୁ ଉପରେ ସର୍ବୋଚ୍ଚ କୋର୍ଟ ନିଜ ଆଢୁ ସଜ୍ଞାନ ନେଇଛନ୍ତି । ଶୀର୍ଷ କୋର୍ଟ ବୀରତା ପୁରସ୍କାର ବିଜେତା ଜଣେ ଶିଶୁ ଚିଠି ଲେଖିବା ପରେ ଏହାକୁ ଗୁରୁତ୍ୱକୁ ନେଇଥିଲେ । ସୂଚନାଯୋଗ୍ୟ ଯେ ଶାହୀନ ବାଗ ପ୍ରଦର୍ଶନରେ 4 ମାସର ଶିଶୁର ଥାଣ୍ଡାରେ ମୃତ୍ୟୁ ହୋଇଥିଲା ।

ଶିଶୁକୁ ଧାରଣା-ପ୍ରଦର୍ଶନରେ ସାମିଲ ହେବା ଉପରେ ସଲିସିଟର ଜନେରାଲ ତୁଷାର ମେହତା କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଗୋଟିଏ ଚାରି ମାସର ଶିଶୁର ମୃତ୍ୟ ହୋଇଛି । ଏହାଛଡ଼ା ଶାହୀନ ବାଗର ତିନିଜଣ ମହିଳା ମଧ୍ୟ ନିଜର ପକ୍ଷ ରଖିବାକୁ ଦାବି କରିଥିଲେ । ଏହି ତିନି ମହିଳା ନିଜର ଓକିଲଙ୍କ ଜରିଆରେ କହିଥିଲେ, ଯେତେବେଳେ ଗ୍ରେଟା ଥନବର୍ଗ ଜଣେ ପ୍ରଦର୍ଶନକାରୀ ହୋଇଥିଲେ ଯେହି ସମୟରେ ସେ ଶିଶୁ ଥିଲେ । ସେମାନେ ଯୁକ୍ତି ରଖିଥିଲେ ଯେ ତାଙ୍କ ପିଲାଙ୍କୁ ସ୍କୁଲରେ ପାକିସ୍ତାନୀ କୁହାଯାଉଛି ।

ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ କୌଣସି ପିଲାକୁ ସ୍କୁଲରେ ପାକିସ୍ତାନୀ କୁହାଯାଇଛି, ଏହା କୋର୍ଟ ଆଗରେ ବିଷୟ ନାହିଁ । ସିଜେଆଇ କହିଥିଲେ ଆମେ ବର୍ତ୍ତମାନ ସମୟରେ ଏନଆରସି, ଏନପିଏ ଅବା ପିଲାଙ୍କୁ ପାକିସ୍ତାନୀ କୁହାଯାଉଛି ଉପରେ ଶୁଣାଣି କରୁନାହୁଁ । ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କଡ଼ା ଟପ୍ପଣୀ କରି କହିଛନ୍ତି ଯେ କୋର୍ଟ ମଦରହୁଡର ସମ୍ମାନ କରୁଛି, କିନ୍ତୁ ଆମକୁ ଜଣାଅ, ଚାରି ମାସର କୋଉ ଶିଶୁ ନିଜେ ପ୍ରଦର୍ଶନ କରିବାକୁ ଯାଉଛି ?

ସିଜେଆଇ କହିଛନ୍ତି, ଆମେ କାହାର ସ୍ୱର ଦବାଇବାକୁ ଚାହୁଁନୁ କିନ୍ତୁ ସୁପ୍ରିମକୋର୍ଟରେ ଅକରାଣରେ ଯୁକ୍ତି କରିବେନି । କୋର୍ଟ ଏହି ମାମଲାରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in