BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ନଭେମ୍ବରରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ – ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ

FMODIA.IN 04-11-2020

ଭୁବନେଶ୍ୱର, ୦୪ ନଭେମ୍ବର :--ନଭେମ୍ବର ମାସରେ ହିଁ ସ୍କୁଲ ଖୋଲିବ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବୁଧବାର ଦିନ ସୂଚନା ଦେଇଛନ୍ତି । ଏ ନେଇ ଏସଓପି ପ୍ରସ୍ତୁତ କରା ଯାଇଛି ।
ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଶ୍ରୀ ଦାଶ କହିଛନ୍ତି, ନବମରୁ ଦଶମ ଶ୍ରେଣୀ ଯାଏଁ ସଂପୂର୍ଣ୍ଣ କ୍ଲାସ ହେବ । ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ସେମାନଙ୍କର ଅଭିଭାବକମାନେ ନିଷ୍ପତି ନେବେ । ସେ କହିଛନ୍ତି ଯେ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅଭିଭାବକମାନେ ଯଦି ରାଜି ନହୁଅନ୍ତି, ତାହେଲେ ଅନ୍ଲାଇନ୍ କ୍ଲାସର ବ୍ୟବସ୍ଥା ଜାରି ରହିବ । ଏ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରାଯିବ ।
ସେ କହିଛନ୍ତି ଯେ ପୂର୍ବରୁ କରୋନା ପାଇଁ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଛି । ଏଥିରୁ ଆଉ କମ୍ କରାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବଳକା ୭୦ ପ୍ରତିଶତ ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ ଚାଲିଛି । ବିଭାଗୀୟ ବୈଠକ ବସିଛି । ଏଥି ସହିତ ବିଭିନ୍ନ ଅଂଶିଦାରଙ୍କ ସହ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।