ଦେଶରେ ୨୪ ଘଂଟାରେ ୫୭,୧୧୭ କରୋନା ରୋଗୀ

FMODIA.IN 01-08-2020
There are 54,114 coronain 24 hours in India

ନୂଆଦିଲ୍ଲୀ, ୦୧ ଅଗଷ୍ଟ - ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୭ ଲକ୍ଷ ଛୁଇଁବାକୁ ଯାଉଛି । ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୭ ହଜାର ୧୧୭ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ୧୬,୯୫,୯୮୮ କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଂଟା ମଧ୍ୟରେ କରୋନା ଯୋଗୁଁ ୭୬୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬,୫୧୧ କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତମାନ ଦେଶରେ ୫,୬୫,୧୦୩ ସକ୍ରିୟ ରୋଗୀ ଅଛନ୍ତି । ଆଶ୍ୱସ୍ତିକର ଖବର ହେଉଛି ଦେଶରେ ଗତ ୨୪ ଘଂଟା ମଧ୍ୟରେ ୩୬,୫୬୮ ରୋଗୀ ସୁସ୍ଥ ହୋଇଯାଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ, କରୋନାରୁ ୧୦,୯୪,୩୭୪ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହିତ ଦେଶର ସୁସ୍ଥତା ହାର ୬୪.୫୨ ପ୍ରତିଶତକୁ ବୃଦ୍ଧି ପାଇଛି ।