Breaking News
- କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ହିଁ ସର୍ତ୍ତକୁ ଅଖଣ୍ଡ ଓ ବିକଶିତ ରାଷ୍ଟ୍ରର ପରିଣତ କରିବ -- ଶ୍ରୀ ଅନିଲ ଚୌ...
- ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଟୀକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ
- ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ : ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
- ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର
FMODIA.IN
24-11-2020

ନୟାଗଡ଼, ୨୪ ନଭେମ୍ବର - ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର । ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଗୁରୁତର ଅନ୍ୟ ଦୁଇ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ନୟାଗଡ଼ ଜିଲ୍ଲା ଶରଣକୂଳ ବଜାର ଠାରୁ ଅଳ୍ପ ଦୂର ଚୁଡ଼ା ମିଲ୍ ନିକଟରେ । ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ମହିଳା ଓ ତିନି ଜଣ ପୁରୁଷ ଓ ଅନ୍ୟ ଜମେ ନା ବାଳକ ଅଛନ୍ତି ।
ଖବର ପାଇ ଶରଣକୂଳ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚିଛନ୍ତି । ଦୁର୍ଘଟଣା ଘଟାଇଥିବା ଡ଼ମ୍ଫରକୁ ଜବତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ଡ଼ମ୍ଫରଟି ନୟାଗଡ଼ ଆଡକୁ ଦୃତ ଗତିରେ ଆସୁଥିବା ବେଳେ ଏମାନଙ୍କ ଉପରେ ମାଡି ଯାଇଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଡ଼୍ରାଇଭରଙ୍କ ସାମାନ୍ୟ ଅସାବଧାନତା ୬ ଟି ଜୀବନ ଦୀପକୁ ଲିଭାଇ ଦେଲା ତାକୁ ନେଇ ସ୍ତବ୍ଧ ହୋଇପଡିଛି ସମଗ୍ର ଅଂଚଳ ।