- କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ହିଁ ସର୍ତ୍ତକୁ ଅଖଣ୍ଡ ଓ ବିକଶିତ ରାଷ୍ଟ୍ରର ପରିଣତ କରିବ -- ଶ୍ରୀ ଅନିଲ ଚୌ...
- ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଟୀକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ
- ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ : ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
- ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର
ନୟାଗଡର ପରୀ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆମେ ଭାରତବାସୀ ତରଫରୁ ବିକ୍ଷୋଭ

ଭୁବନେଶ୍ୱର, ୨୪ନଭେମ୍ବର - ନୟାଗଡ଼ ଜିଲ୍ଲାର ନାବାଳିକା ପରୀ ହତ୍ୟାକାଣ୍ଡର ଅପରାଧୀମାନଙ୍କୁ ତୁରନ୍ତ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମେ ଭାରତବାସୀ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ନୟାଗଡର ଶିଶୁ କନ୍ୟା ପରୀକୁ ଜୁଲାଇ ୧୪ ତାରିଖରେ ଅପହରଣ କରାଯିବା ପରେ ୨୩ ଜୁଲାଇରେ ତାର ମୃତ ଶରୀରର ଅଂଶବିଶେଷ ମିଳିଥିଲା । ଏହି ଘଟଣାକୁ ଏତେ ଦିନ ବିତିଯାଇଥିଲେ ହେଁ କାହାରିକୁ ଗିରଫ କରାଯାଇନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ହତ୍ୟାକାଣ୍ଡ ସହ ଜଡିତ ପ୍ରଭାବଶାଳୀ ଅପରାଧୀ ଖୋଲାଖୋଲି ପିଡିତା ପରିବାରକୁ ଆକ୍ରମଣ କରିଚାଲିଥିବା ବେଳେ କଙ୍ଗାରୁ କୋର୍ଟର ନିର୍ଦ୍ଦେଶରେ ପିଡିତା ପରିବାରଙ୍କୁ ବିଭିନ୍ନ ସମୟରେ ଥାନାକୁ ଡକାଇ ନିର୍ଯାତନା ଦିଆଯାଉଛି । ପୋଲିସର ଏତାଦୃଶ କାର୍ଯ୍ୟ ପ୍ରତିବାଦରେ ଆଜି ପିଡିତାର ପିତାମାତା ଓଡିଶା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଲାବେଳେ ପୋଲିସ ଦ୍ୱାରା ଅଟକ ଅଛନ୍ତି ।
ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ, ଲୋହିଆ ଏକାଡେମୀ ସମ୍ପାଦକ ଦେବ ପ୍ରସାଦ ରାୟ, ସିପିଆଇ ନେତା ଜୟନ୍ତ ଦାସ, ପ୍ରମୁଖ ପରୀ ହତ୍ୟାକାରୀଙ୍କ ଗିରଫ ଓ କଠୋର ଦଣ୍ଡବିଧାନ ପାଇଁ ଦାବି କରିଛନ୍ତି ।