BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଜିଲ୍ଲାର ୫୦ ପରୀକ୍ଷାକେନ୍ଦ୍ରରେ ୧୦୦୫୨ ମାଟ୍ରିକ ପରୀକ୍ଷାର୍ଥୀ ୧୮ କେନ୍ଦ୍ରରେ ସିସିଟିଭି କ୍ୟାମେରା

FMODIA.IN 16-02-2020

ନୂଆପଡା, ୧୬ ଫେବୃଆରୀ : ନୂଆପଡା ଜିଲ୍ଲାରେ ଚଳିତ ବର୍ଷ ୫୦ ଗୋଟି ପରୀକ୍ଷା କେନ୍ଦ୍ର ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର ୫ ଗୋଟି ବ୍ଲକ ଏବଂ ୩ ଗୋଟି ବିଜ୍ଞାପିତ ଅଳ ପରିଷଦର ମୋଟ ୧୦୦୫୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଜିଲ୍ଲାର ୫ ଗୋଟି ବ୍ଲକ ମୁଖ୍ୟାଳୟକୁ ନୋଡାଲ ପରୀକ୍ଷା କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି । ନୂଆପଡା ବ୍ଲକର ନୂଆପଡା ନ୍ୟାସନାଲ ହାଇସ୍କୁଲକୁ ନୋଡାଲ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ବେଳେ ଏହି ନୋଡାଲ କେନ୍ଦ୍ର ଅଧିନରେ ନୂଆପଡା ବ୍ଲକର ୩୬ ଗୋଟି ହାଇସ୍କୁଲର ୨୭୨୧ ଜଣ ମାଟ୍ରିକ ପରିକ୍ଷାର୍ଥୀ ୧୩ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ସେହିପରି କୋମନା ବ୍ଲକର ଜିତାମିତ୍ର ହାଇସ୍କୁଲକୁ ନୋଡାଲ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ବେଳେ ବ୍ଲକର ୩୨ ଗୋଟି ହାଇସ୍କୁଲର ୨୧୩୨ ଜଣ ପରୀକ୍ଷାର୍ଥୀ ୧୧ ଗୋଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ । ଖଡିଆଳ ବ୍ଲକର ଖଡିଆଳର ରାଜା ଆର୍ତ୍ରାଣ ହାଇସ୍କୁଲକୁ ନୋଡାଲ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ବେଳେ ବ୍ଲକର ୨୯ ଗୋଟି ହାଇସ୍କୁଲର ୨୦୫୩ ଜଣ ଛାତ୍ରଛାତ୍ରୀ ୧୦ ଗୋଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ । ଠିକ ସେହିପରି ବୋଡେନ ବ୍ଲକର ବୋଡେନ ସରକାରୀ ହାଇସ୍କୁଲକୁ ନୋଡାଲ ପରୀକ୍ଷା କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ବେଳେ ବ୍ଲକର ୨୦ ଗୋଟି ହାଇସ୍କୁଲର ୧୫୬୪ ଜଣ ପରୀକ୍ଷାର୍ଥୀ ୮ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ସିନାପାଲି ବ୍ଲକର ସିନାପାଲି ହାଇସ୍କୁଲକୁ ନୋଡାଲ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ବେଳେ ବ୍ଲକର ୨୮ ଗୋଟି ହାଇସ୍କୁଲର ୧୫୮୨ ଜଣ ପରୀକ୍ଷାର୍ଥୀ ୮ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଗତ ବର୍ଷ ପ୍ରଶ୍ନପତ୍ର ଲିକ ନେଇ ନୂଆପଡା ଜିଲ୍ଲା ଚଚ୍ର୍ଚାରେ ରହିଥିବା ବେଳେ ଚଳିତ ବର୍ଷ କିପରି ପ୍ରଶ୍ନପତ୍ର ଲିକ ନହେବ ଏବଂ ସୁରୁଖୁରୁରେ ପରୀକ୍ଷା ଗ୍ରହଣ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଗ୍ରହଣ କରାଯାଇଛି । ଜିଲ୍ଲାର ୧୮ ଗୋଟି ପରୀକ୍ଷା କେନ୍ଦ୍ରକୁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇ ନଜର ରଖାଯାଇଛି। ନୂଆପଡା ବ୍ଲକର ଧରମବନ୍ଧା, କୁଲିଆବନ୍ଧା, ସାରାବଙ୍ଗ, ତାନଓ୍ବାଟ ଓ ପରକୋଡ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ବେଳେ କୋମନା ବ୍ଲକର ସଲଙ୍ଗିପଡା, କୋମନା ସରକାରୀ ବାଳିକା ହାଇସ୍କୁଲ, କୁରେଶ୍ବର ଓ ବିଶିବାହାଲ ପରୀକ୍ଷା କେନ୍ଦ୍ର, ଖଡିଆଳ ବ୍ଲକର ଡୁଆଝର, ଲୋହରାପାଲି ଓ ସାନମହେଶ୍ବର ପରୀକ୍ଷା କେନ୍ଦ୍ର, ବୋଡେନ ବ୍ଲକର କରଙ୍ଗାମାଲ, ବୋଡେନ, ଖଇରା, ମହୁଲପଡା ପରୀକ୍ଷା କେନ୍ଦ୍ର ସହ ସିନାପାଲି ବ୍ଲକର ଘୁଚାଗୁଡା ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in