BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଅମୁଲ ଫୁଲ- ମହୁଲ ଫୁଲ, ବଜାର ବ୍ୟବସ୍ଥା କରିବାକୁ ଦାବୀ

FMODIA.IN 25-03-2020
Amul phula mahula phula

ନୂଆପଡା, 25 ମାର୍ଚ : ମହୁଲ ଫୁଲର ବାସ ଚହଟଇ ଚଉପାସ - ଉକ୍ତିଟି ସତରେ ଗ୍ରାମାଳ ଜୀବନରେ ଘନିଷ୍ଟ ସର୍କ ରହିଥିବା ବେଳେ ଆଦିବାସୀଙ୍କ ଜୀବନ ଯାତ୍ରା ବିଶେଷ ମହତ୍ବ ରହିଥାଏ। ନୂଆପଡା ଜିଲ୍ଲା ଗ୍ରାମାଳ ଏବଂ ଜଙ୍ଗଲ ବହୁଲ ଜିଲ୍ଲା ଅଟେ। ଏଠାକାର ଆଦିବାସୀ ମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ହୋଇ ନିଜର ଜୀବିକା ନିର୍ବାହ ନେଇ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ମହୁଲଫୁଲ ଜଙ୍ଗଲର ମୂଲ୍ୟବାନ ଫୁଲ ରୂପେ ପରିଚିତ। ଏହି ଫୁଲକୁ ଗ୍ରାମବାସୀ ମାନେ ସଂଗ୍ରହ କରି ନିଜର ତେଲ ଲୁଣ ସଂସାରରେ ସହାୟକ ହୋଇଥାଏ। ଗ୍ରୀଷ୍ମର ଆଗମନ ପୂର୍ବରୁ ମହୁଲ ବୃକ୍ଷରେ ଫୁଲ ଧରିବାର ଆରମ୍ଭ ହୋଇ ପ୍ରକୃତୀର ଏକ ଅପୂର୍ବ ମନୋରମ ଦୃଶ୍ୟପଟ ଦେଖାଯାଇଥାଏ। ଜଙ୍ଗଲ ମୂଲକ ଗ୍ରାମ ମାନଙ୍କରେ ଆରମ୍ଭ ହୋଇଯାଇ ମହୁଳ ଫୁଲ ସଂଗ୍ରହର ପର୍ବ। ଗ୍ରାମବାସୀ ମାନେ ମଜି ଯାଇଥାନ୍ତି ଫୁଲ ସଂଗ୍ରହରେ। ନୂଆପଡା ଜିଲ୍ଲାର ୫ ଗୋଟି ବ୍ଳକ କୋମନା, ନୂଆପଡା, ସିନାପାଲି, ବୋଡେନ ବ୍ଲକ ମାନଙ୍କରେ ଏହି ଫୁଲ ସଂଗ୍ରହ ବ୍ୟାପକ ମାତ୍ରାରେ ହେଉଥିବା ବେଳେ ଖଡିଆଳ ବ୍ଳକରେ ମଧ୍ୟ କାଁ ଭାଁ ଫୁଲ ସଂଗ୍ରହ ନେଇ ଗ୍ରାମବାସୀ ମାନେ ବ୍ୟସ୍ତ ରହିଥାନ୍ତି। ମହୁଲ ବୃକ୍ଷ ଜଙ୍ଗଲର ଏକ ଅର୍ଥକାରୀ ବୃକ୍ଷ ରୂପେ ନିଜର ପରିଚୟ ବିସ୍ତାର କରିଥିବା ବେଳେ ଗୋଟିଏ ବର୍ଷରେ ଏହି ବୃକ୍ଷ ୨ ରକମର ଫୁଲ ଏବଂ ଫଳ ପ୍ରଦାନ କରିଥାଏ। ପ୍ରକୃତୀ ନିଜର କୌଣସି ପରିବର୍ନ କରୁନଥିବା ବେଳେ ସମୟ ମୁତାବକ ତାଙ୍କର ପ୍ରଭାବ ଦେଖାଇଥାନ୍ତି। ଗ୍ରୀଷ୍ମ ଆଗମନ ପୂର୍ବରୁ ସମସ୍ତ ବୃକ୍ଷରୁ ପତ୍ର ଝଡିବାର ଆରମ୍ଭ ହୋଇ ବୃକ୍ଷ ଗୁଡକ ଲଣ୍ଡା ହୋଇ ପଡିଥିବା ବେଳେ ମହୁଲ ବୃକ୍ଷରେ ଦେଖାଯାଇଥାଏ ଅଦ୍ଭୁତ ସୌନ୍ଦଯ୍ର୍ୟର ଉପମା। ପେନ୍ଥା ପେନ୍ଥା ହୋଇ ମହୁଲ ଫୁଲ ବୃକ୍ଷରେ ଲଦି ହୋଇ ସତରେ ଭୂମି ସ୍ପର୍ଶ କରିବାକୁ ଚେଷ୍ଟା କରୁଥିବା ପରି ମନେ ହୁଏ। ଫେବୃଆରୀ, ମାଚ୍ର୍ଚ ଏବଂ ଏପ୍ରିଲ ତିନି ମାସ ଧରି ମହୁଲ ଫୁଲ ବୃକ୍ଷରେ ଆସିଥିବା ବେଳେ ଏହି ତିନି ମାସ ଧରି ଗ୍ରାମବାସୀ ମାନେ ବ୍ୟସ୍ତ ହୋଇ ଯାଆନ୍ତି ସଂଗ୍ରହ ନେଇ। ଭୋର ସକାଳରୁ ଗ୍ରାମର ବୟୋଜ୍ୟେଷ୍ଠ ମହିଳା, ନାବାଳକ ଓ ପୁରୁଷ ମାନେ ମୁଣ୍ଡରେ ଡଲା ଟୋପା ଧରି ଚାଲି ଯାଇଥାନ୍ତି ନିକଟସ୍ଥ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ। ସୂର୍ଯ୍ୟ ଉଦୟ ହୋଇ ଧିରେ ଧିରେ ରଶ୍ମି ଟାଣ ହେବାକୁ ବସୁଥିବା ବେଳେ ମହିଳା ପୁରୁଷଙ୍କ ପାଇଁ ପହ ଥାଏ ବାସି ପଖାଳ। ସେଠାରେ ମନ ଆନନ୍ଦରେ ବାସି ପଖାଲ ଖାଇ ମହୁଲ ଫୁଲ ଟୋକେଇ ଧରି ନିଜ ଘରକୁ ଫେରିଥାନ୍ତି । ସେହି ସଂଗୃହିତ ଫୁଲକୁ ନେଇ ଜଙ୍ଗଲର ଏକ ଚଟାଣରେ ଶୁଖାଇ ତାକୁ ଏକ ପ୍ରକ୍ରୀୟାରେ ପକାଇଥାନ୍ତି। ଗ୍ରାମର ନିକଟସ୍ଥ ଜଙ୍ଗଲରେ ସଂଗ୍ରହକାରୀ ମାନେ ନିଜ ଘରକୁ ଆଣି ଫୁଲକୁ ଶୁଖାଇଥାନ୍ତି। ପରେ ଏହି ଫୁଲ ଶୁଖବା ଅବସ୍ଥାରେ ଘରକୁ ଆଣି ଦଲାଲ କିମ୍ବା ମଧ୍ୟମ ସଂଗ୍ରହକାରୀଙ୍କ ଠାରେ ବିକ୍ରୀ କରିଥାନ୍ତି। ମହୁଲ ଫୁଲର କୌଣସି ସ୍ବତନ୍ର ବଜାର ବ୍ୟବସ୍ଥା ନଥିବା ବେଳେ ମଧ୍ୟମ ସଂଗ୍ରହକାରୀ ମାନେ ପ୍ରାଥମିକ ସଂଗ୍ରହକାରୀଙ୍କ ଠାରୁ କିଣି ଅଧିକରୁ ଅଧିକ ଲାଭବାନ ହୋଇଥାନ୍ତି। ସେହିପରି ମହୁଲ ଫୁଲର ଅଭାବ ବିକ୍ରୀ ବର୍ଷ ବର୍ଷ ଧରି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ବଜାର ବ୍ୟବସ୍ଥା କରିନଥିବା କାରଣରୁ ଗୋଟାଲି ମାନେ ନିମ୍ନ ଦରରେ ବିକ୍ରୀ କରିଥାନ୍ତି। ଏହି ଫୁଲ ସଂଗୃହିତ ଅର୍ଥ ଗ୍ରାମବାସୀ ତଥା ପରିବାରିକ ଜୀବନରେ ସହାୟକ ହୋଇଥାଏ। ଏଥି ପ୍ରତି ପ୍ରଶାସନ ଏବଂ ସରକାର ବିଶେଷ ଧ୍ୟାନ ଦେଇ ପା୍ରଥମିକ ସଂଗ୍ରହକାରୀଙ୍କୁ ଉପଯୁକ୍ତ ପାରିଶ୍ରମିକ ପାଇବାର ପ୍ରଚେଷ୍ଟା କରିବା ନିତାନ୍ତ ଆବଶ୍ୟକ ଅଟେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in