BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜମି ଖଜଣା ଆଦାୟକୁ ଗ୍ରାମବାସୀଙ୍କ ବିରୋଧ

FMODIA.IN 26-03-2020
Jami khajana adaya

ନୂଆପଡ଼ା,26 ମାର୍ଚ୍ଚ : କରୋନା ଭାଇରସ ପାଇଁ ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇ ସବୁକିଛି ବନ୍ଦ ରହିଥିବା ବେଳେ ତୁକଲା ରାଜସ୍ୱ ବିଭାଗ ତରଫରୁ ବୁଧବାର ଜମି ଖଜଣା ଆଦାୟକୁ ନେଇ ବଙ୍କାପୁର ଗ୍ରାମବାସୀ ବିରୋଧ କରିଛନ୍ତି । ଯାହାଫଳରେ ରାଜସ୍ୱ ବିଭାଗ କୌଣସି ଖଜଣା ନପାଇ ହଟହଟା ହୋଇ ଫେରି ଯାଇଛନ୍ତି । ସୂଚନାମତେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖାସବାହାଲ ପଂଚାୟତର ବଙ୍କାପୁର ଗ୍ରାମରେ ଆଜି ଖଡିଆଳ ତହସିଲଙ୍କ ନିଦେ୍ର୍ଧଶ କ୍ରମେ ତୁକଲା ରାଜସ୍ୱ ନିରୀକ୍ଷକ ଏବଂ କର୍ମଚାରୀ ଏକ ଶିବିର ଆୟୋଜନ କରି ଖଜଣା ଆଦାୟ ନିଷ୍ପତି ନେଇଥିଲେ । ହେଲେ ଗ୍ରାମବାସୀ ବିରୋଧ କରି ଲକଡାଇନ ସମୟରେ ଖଜଣା ଆଦାୟ କିପରି କରାଯାଉଛି ବୋଲି ଅଭିଯୋଗ କରିଥିଲେ । କିନ୍ତୁ ରାଜସ୍ୱ କର୍ମଚାରୀ ସେମାନଙ୍କ ପାଖକୁ କୌଣସି ନିଦେ୍ର୍ଧଶାନାମା ଆସିନଥିବାରୁ ସେ ଖଜଣା ଆଦାୟ କରୁଥିବା ପ୍ରକାଶ କରିଥିଲେ । ଏନେଇ ଖଡିଆଳ ତହସିଲଦାର ସିନ୍ଦୁସୂତା ପାତ୍ରଙ୍କୁ ପଚରାଯିବାରୁ ଏନେଇ କୌଣସି ସରକାରୀ ପ୍ରତିବନ୍ଧକ କରାଯାଇନାହିଁ ଓ ସାମାଜି ଦୂରତ୍ୱ ରଖି ଖଜଣା ଆଦାୟ କଲେ କୌଣସି ଅସୁବିଧା ନାହିଁ ବୋଲି ପ୍ରକାଶ କରିଥିଲେ । କରୋନା ଭାଇରସ ଭୟରେ କୌଣସି ଗ୍ରାମବାସୀ ଖଜଣା ପୈଠ ନକରିଥିବାରୁ ଶେଷରେ ରାଜସ୍ୱ ନିରୀକ୍ଷକ ଓ କର୍ମଚାରୀ ଫେରିଯାଇଥିଲେ । ନୋଟ ଏବଂ କାଗଜରେ କରୋନା ଭୂତାଣୁ ସଂକ୍ରମଣର ଭୟ ଥିବା ବେଳେ ରାଜସ୍ୱ ଆଦାୟ କେତେଦୂର ଯୁକ୍ତିଯୁକ୍ତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in