BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ ଡାଉନ- ସହର ଠାରୁ ଗାଁ ଖାଁ ଖାଁ

FMODIA.IN 26-03-2020
Luck down shahar ru gaon

ନୂଆପଡ଼ା,26 ମାର୍ଚ୍ଚ : ସରକାର କରୋନା ମୁକାବିଲା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଲକ ଡାଉନ ପଦକ୍ଷେପ ଯୋଗୁଁ ନୂଆପଡା ଜିଲ୍ଲାର ଗାଁ ଠାରୁ ସହର ପର୍ଯ୍ୟନ୍ତ ଖାଁ ଖାଁ ଲାଗୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୧ ଦିନର ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କେତେକ ଅତ୍ୟାବଶ୍ୟକ ଦୋକାନକୁ ଛାଡି ଦେଲେ ପ୍ରାୟ ସବୁ ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ବେସରକାରୀ ଅନୁାନ ବନ୍ଦ ରହିଛି । ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସହରର ବିଭିନ୍ନ ଛକରେ ରହି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁଲିସ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ସରକାରଙ୍କ ନିୟମକାନୁନକୁ ମାନିବାକୁ ପରାମର୍ଶ ଦିଆଯାଇଛି । ଲୋକେ ନିଜ ନିଜ ଘର ମଧ୍ୟରେ ରହୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଅତିଶିଘ୍ର ଚାଳି ଯାଉଛନ୍ତି ଅନ୍ୟପକ୍ଷରେ ଡୁଆଝର ଗ୍ରାମର କିଛି କପଡା ଓ ଅନ୍ୟାନ୍ୟ ଦୋକାନୀ ସରକାରଙ୍କ ନିୟମକୁ ନମାନି ଦୋକାନ ଖୋଳୁଥିବାର ଅଭିଯୋଗ ହେଉଛି । ଜିଲ୍ଲା ପୁଲିସ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in