BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରକ୍ଷଣାବେକ୍ଷଣର ଅଭାବ- ତିଖାଲି ଡ୍ୟାମରେ ନିର୍ମିତ ପାର୍କ ଚାରଣ ଭୂଇଁ ପାଲଟିଲାଣି

FMODIA.IN 25-03-2020
Rakshyana bekshyana abhaba

ନୂଆପଡା, 25 ମାର୍ଚ : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଗ୍ରାମ ଠାରେ ନିର୍ମିତ ତିଖାଲି ଡ୍ୟାମ ପାର୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ ଏହାର ସୌନ୍ଦର୍ଯ୍ୟ ହରାଇ ବସୁଥିବା ଅଭିେଯାଗ ହେଉଛି ା ଗତ ୨୦୦୦ ମସିହାରେ ମୁଖ୍ୟମନ୍ରୀ ନବୀଣ ପଟ୍ଟନାୟକ ତିଖାଲି ଡ୍ୟାମର ଶୁଭ ଉଦଘାଟନ କରିଥିଲେ । ୨୦ ବର୍ଷ ଭିତରେ ଡ୍ୟାମ ନିର୍ମାଣ କାର୍ଯ୍ୟ ସୂର୍ଣ୍ଣ ଅବସ୍ଥାରେ ପହ ଯାଇଥିବା ବେଳେ ଡ୍ୟାମ ଏବଂ ଡ୍ୟାମର ପ୍ରାକୃତିକ ପରିବେଶ ଲୋକଙ୍କୁ ଆକୃଷ୍ଟ କରିପାରିଛି। ଫଳରେ ଡ୍ୟାମକୁ ପ୍ରତିଦିନ ଲୋକେ ଯାଇ ବୁଲାବୁଲି କରି ଆସୁଛନ୍ତି । ହେଲେ ଗତ ୫/୬ ବର୍ଷ ହେବ ତିଖାଲି ଡ୍ୟାମରେ ସୌନ୍ଦର୍ଯ୍ୟମୟ ପାର୍କ ତିଆରି କରାଯାଉଛି ା ପାର୍କର ସୁନ୍ଦର କଲାକୃତି ଓ ସୁନ୍ଦର ମନଲୋଭା ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ପାରିଛି ା ହେଲେ ପାର୍କର ଠିକଭାବରେ ରକ୍ଷଣାବେକ୍ଷଣ କରାଯାଉନଥିବା ଅଭିେଯାଗ ହେଉଛି । ବର୍ମାନ ପାର୍କରେ ଲଗା ଯାଇଥିବା ସୁନ୍ଦର ନାନାଦି ଗଛ, ଫୁଲ, ଘାସ ଗୁଡିକ ନଷ୍ଟ ହେବାରେ ବସିଛି । ଫଳରେ ଦିନକୁ ଦିନ ପାର୍କର ଆକର୍ଷଣ କମି କମି ଆସୁଥିବା ଅଭିେଯାଗ ହେଉଛି । ପାର୍କ ଭିତରେ ଥିବା ଅନେକ ଘାସ ସବୁ ମରିବାକୁ ବସିଥିବା ବେଳେ ନାନାଦି ବୃକ୍ଷ, ଫୁଲ ଗଛ ଗୁଡିକ ଦିନକୁ ଦିନ ଝାଉଳିବାକୁ ବସିଲାଣି । ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପାର୍କ ନିର୍ମାଣର ୫/୬ ବର୍ଷ ଏପରି ସ୍ଥିତି ତେବେ ଆଗାମି ଦିନରେ ତାର ସୌନ୍ଦର୍ର୍ଯ୍ୟ ଓ ମନୋରମ ପରିବେଶ ନିଶ୍ଚିହ୍ନ ହୋଇଯିବାର ସମ୍ଭାବନା ଥିବା ନେଇ ପରିବେଶପ୍ରେମୀ ମାନେ ଅଭିେଯାଗ କରିଛନ୍ତି । ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାର୍କର ସୌନ୍ଦର୍ଯ୍ୟତାକୁ ପୁଣି ଫେରାଇ ଆଣିବାକୁ ସାଧାରଣରେ ଦାବୀ ହେଉଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in