ସ୍ବଚ୍ଛ ଭାରତ ମିଶନ ଯୋଜନା ଫେଲ ଅଭିେଯାଗ

FMODIA.IN 23-05-2020
Swachh Bharat Mission Yojana Fail Complaint

ନୂଆପଡା, 23 ମଇ : କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚିଥିଲେ ମଧ୍ୟ ସଚେତନତାର ଅଭାବ ଯୋଗୁଁ ତାହା ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ । ଯାହା ଫଳରେ ଏହି ଯୋଜନା ଏକ ପ୍ରକାର ନୂଆପଡା ଜିଲ୍ଲାରେ ଫେଲ ମାରିଥିବା ପରିଲକ୍ଷିତ ହେଉଛି । ସରକାର ଗ୍ରାମାଞ୍ଚଳର ଗରିବ ପରିବାରଙ୍କୁ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ନିର୍ମାଣ କରିବାକୁ ୧୨ ହଜାର ଟଙ୍କାର ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି । ଜିଲ୍ଲାର ଗ୍ରାମାଞ୍ଚଳର ୮୦ ପ୍ରତିଶତ ଘରେ ପାଇଖାନା ନିର୍ମାଣ ହୋଇଛି । କିନ୍ତୁ ଏହା ବ୍ୟବହାର ଉପଯୋଗୀ ହୋଇ ପାରିନାହିଁ । ପାଇଖାନା ପାଇଁ ନିର୍ମାଣ କରୁଥିବା ସଂସ୍ଥାର ନିମ୍ନମାନର ପାଇଖାନା ତିଆରି ଯୋଗୁଁ ଅନେକ ପାଇଖାନା ବର୍ତମାନ ଭଗ୍ନ ଅବସ୍ଥାରେ ପଡି ରହିଥିବା ବେଳେ ବିଭିନ୍ନ କାରଣ ଯୋଗୁଁ ଅନେକ ପାଇଖାନାରେ ତାଲା ଝୁଲୁଛି । ଫଳରେ ବିଶେଷକରି ଗ୍ରାମାଞ୍ଚଳରେ ଏହି ଯୋଜନା ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଥିବା ଅଭିଯୋଗ ହେଉଛି । ଗ୍ରାମାଞ୍ଚଳର ଅଧିକାଂଶ ପୁରୁଷ/ମହିଳା ମାନେ ପୂର୍ବଭଳି ବାହାରକୁ ଶୌଚ ପାଇଁ ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ଅନେକ ଗ୍ରାମର ପ୍ରବେଶ ପଥ ସମ୍ମୁଖରେ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ବୋର୍ଡ ଲଗାଇ ବାହାବା ନେଉଥିବା ବେଳେ ନୂଆପଡା ଜିଲ୍ଲାରେ ଏହାର ତିବ୍ର ବ୍ୟତିକ୍ରମ ଦେଖାଦେଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଆବଶ୍ୟକ ସଚେତନତା ଗ୍ରହଣ କରିବାର ଆବଶ୍ୟକତା ରହିଛି ।