ମାଁ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ପୂର୍ଣ୍ଣ ରୂପେ କାମ ଆରମ୍ଭ

FMODIA.IN 23-05-2020
Work is in full swing at the Maternal and Child Health Center

ନୂଆପଡା, 23 ମଇ : ନୂଆପଡା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ଚନାବେଡା ଗ୍ରାମ ସ୍ଥିତ ମାଁ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରରେ ଗୁରୁବାର ଠାରୁ ପୂର୍ଣ୍ଣ ରୂପେ କାମ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟଜନୀତ ସମସ୍ୟା ସାଙ୍ଗକୁ ପ୍ରସୂତୀ, ମାଁ ଏବଂ ଶିଶୁର ଉନ୍ନତ ମାନର ଚିକିତ୍ସା ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଖଡିଆଳ ସହର ମଧ୍ୟରେ ଥିବା ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଡିସପେନସରୀ ରହି ଫାଷ୍ଟେଟ ବ୍ୟବସ୍ଥା କରିବା ସହ ଅନ୍ୟ ସମସ୍ତ ଚିକିତ୍ସା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହେବ ବୋଲି ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଦୀନବନ୍ଧୁ ମହାନନ୍ଦ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ଡାକ୍ତରଖାନା ଖଡିଆଳ ସହର ଠାରୁ ପାଖାପାଖି ୨ କିଲୋମିଟର ଦୂରରେ ଥିବାରୁ ଏହି ଡାକ୍ତରଖାନା ଯିବାରାସ୍ତାରେ ଆଲୋକ ବ୍ୟବସ୍ଥା କରିବା ସହ ଡାକ୍ତରଖାନା ଚର୍ତୁପାଶ୍ୱର୍କୁ ଷ୍ଟ୍ରିଟ ଲାଇଟ ଲଗାଯିବାକୁ ଦାବୀ ହେଉଛି । ଏହାସହ ଡାକ୍ତରଖାନା ବର୍ତମାନ ଖୋଳାରେ ରହିଥିବାରୁ ଡାକ୍ତରଖାନା ପରିସରକୁ ବାଡ ଦିଆଯିବାର ବ୍ୟବସ୍ଥା କରିବା ସହ ଆବଶ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ପୂରଣ କରିବାକୁ ଜିଲଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରେ ଖଡିଆଳ ଜନ ସାଧାରଣ ଦାବୀ କରିଛନ୍ତି ।