BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମୁଦାୟ ୩,୨୮,୫୦,୮୧୬ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରା ଯାଇଛି - ରାଜ୍ୟପାଳ

FMODIA.IN 14-02-2020
3,28,50,816 benificiaries included in food security scheme in odisha,says governor

ଭୁୁବନେଶ୍ୱର, ୧୪ ଫେବୃଆରୀ ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମୁଦାୟ ୩,୨୮,୫୦,୮୧୬ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରା ଯାଇଛି ଯାହା ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ଜନ ସଂଖ୍ୟାର ୭୮.୩ ପ୍ରତିଶତ ଅଟେ ।

ସେ କହିଛନ୍ତି ଯେ ଡିସେମ୍ବର ୨୦୧୯ ସୁଦ୍ଧା ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୪୦୭୨ କୋଟି ଟଙ୍କା ବ୍ୟୟରେ ୨ ଲକ୍ଷ ଗୃହ ନିର୍ମାଣ କାମ ସମ୍ପୂର୍ଣ ହୋଇଛି ।

ସେ କହିଛନ୍ତି ଯେ ବିଭିନ୍ନ ବିଭାଗ ସହ ସମନ୍ୱୟରେ ମହିଳା ସ୍ୱୟଂ ସହାୟିକା ଗୋୀ ମାନଙ୍କୁ ନାନାଦି ପୋଷଣୀୟ ଜୀବିକା ଅର୍ଜନ କାମରେ ନିୟୋଜିତ କରା ଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ପାଇଁ ୫୨୩ କୋଟି ଟଙ୍କାର ବ୍ୟବସାୟକୁ ସୁନିଶ୍ଚିତ କରା ଯାଇ ପାରିଛି ।

ସେ କହିଛନ୍ତି ଯେ ମମତା ଯୋଜନାରେ ପ୍ରାୟ ୪୦ ଲକ୍ଷରୁ ଉର୍ଧ ଗର୍ଭବତୀ ଓ ପ୍ରସୁତି ମହିଳାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ସିଧାସଳଖ ସେମାନଙ୍କର ଜମାଖାତାକୁ ପ୍ରଦାନ କରା ଯାଇଛି ।

ସେ କହିଛନ୍ତି ଯେ ସରକାର ୪୮ ଲକ୍ଷ ୩୮ ହଜାର ୫୪୮ ଜଣଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରିଛନ୍ତି

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in