ଭୁବନେଶ୍ୱରରୁ ଆଉ ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

FMODIA.IN 01-08-2020
Another 127 corona cases have been identified in Bhubaneswar

ଭୁବନେଶ୍ୱର,୦୧ ଅଗଷ୍ଟ - ଭୁବନେଶ୍ୱରରୁ ଶନିବାର ଆଉ ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ପଜିଟିଭ୍ ଙ୍କ ସଂଖ୍ୟା ୨୮୬୧ କୁ ବୃଦ୍ଧି ପାଇଥିବା ବେଳେ ମୋଟ ୧୫୬୬ ଜଣ ସୁସ୍ଥ ହୋଇଛନ୍ତି । ଶନିବାର ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେବା ପରେ ମୋଟ ମୃତକଙ୍କ ସଂଖ୍ୟା ୧୭ ରେ ପହଂଚିଛି । ବର୍ତମାନ ୧୨୭୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି )ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।

ଶନିବାର ଚିହ୍ନଟ ଆକ୍ରାଙ୍କ ମଧ୍ୟରେ ୟୁନିଟ୍ ୧ ତାରିଣୀ ବସ୍ତିରୁ ସର୍ବାଧିକ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୟନିଟ୍ ୯ ବାୟା ବାବା ବସ୍ତିରୁ ୯ ଜଣ, ୮ ଜଣ ପୋଲିସ୍ କର୍ମଚାରୀ, ଖଣ୍ଡଗିରି ତପୋବନ ବସ୍ତିରୁ ୬ ଜଣ, ବଡଗଡ ବ୍ରିଟ୍ କଲୋନୀ ଓ ଡୁମଡୁମାରୁ ୪ ଜଣ ଲେଖାଏଁ , ଓଲ୍ଡ ଟାଉନ୍, ଆଇଗିଣିଆ, ନୟାପଲ୍ଲୀ ନୂଆସାହି ଓ ବରମୁଣ୍ଡାରୁ ୩ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଏକ ଗଣମାଧ୍ୟମ ସଂସ୍ଥାର ୨ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ନୟାପଲ୍ଲୀ ନୂଆସାହିରୁ ୯ଜଣ ଆକ୍ରାନ୍ତ , ଆଇଆରସି ଭିଲେଜ୍ ଏନ ୬ରୁ ୪ ଜଣ , ରାଜମହଲରୁ ୪ ଜଣ , ଲକ୍ଷ୍ମୀବିହାରରୁ ୫ ଜଣ, ୟୁନିଟ୍ ୨ ରୁ ୬ ଜଣ ସୁସ୍ଥ ହୋଇଛନ୍ତି ।