BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଭୁବନେଶ୍ୱରରୁ ଆଉ ୨୪୩ ପଜିଟିଭ୍

FMODIA.IN 16-10-2020
Another 243 positives from Bhubaneswar

ଭୁବନେଶ୍ୱର, ୧୬ ଅକ୍ଟୋବର - ଭୁବନେଶ୍ୱର ସହରରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଭାବେ ଦୈନିକ ସଂକ୍ରମଣ ୩୦୦ ତଳକୁ ରହୁଛି । ଏହି କ୍ରମରେ ଶୁକ୍ରବାର ଦିନ ୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୬୮ ଜଣ ସଂଗରୋଧ ଓ ୧୭୫ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ଅନ୍ୟପକ୍ଷରେ ୩୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।ି

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୬ ,୭୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୩,୫୨୩ ଜଣ ସୁସ୍ଥ ହୋଇସାରିଛନ୍ତି । ୩ ,୧୦୬ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୨୯ ଜଣଙ୍କର ମୃତ୍ୟୁ ହୋଇଛି ।

ଶୁକ୍ରବାର ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରେ ନୟାପଲ୍ଲୀ, ଚନ୍ଦ୍ରଶେଖରପୁରରୁ ୮ ଜଣ ଲେଖାଏଁ , କଳିଙ୍ଗ ବିହାର ୪ ଜଣ , ଲକ୍ଷ୍ମୀସାଗର, ପଟିଆ , ସୁନ୍ଦରପଦା ଓ ରସୁଲଗଡରୁ ୩ ଜଣ ଲେଖାଏଁ ରହିଛନ୍ତି ।

ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୪ ଜଣ, ସହିଦ ନଗରରୁ ୧୦ ଜଣ, ବରମୁଣ୍ଡାରୁ ୮ ଜଣ, ଆଇଆରସି ଭିଲେଜ ଓ ଓଲ୍ଡ ଟାଉନ୍ ରୁ ୬ ଜଣ ଲେଖାଏଁ , ନିଳାଦ୍ରୀବିହାରରୁ ୫ ଜଣ, ବଡ଼ଗଡ଼, ଖଣ୍ଡଗିରି, ଝାରପଡା ,କଳିଙ୍ଗନଗର, ଗଙ୍ଗ ନଗର, ଜୟଦେବ ବିହାର, ଚକେଇସିଆଣି , ଚନ୍ଦ୍ରଶେଖରପୁର , ରସୁଲଗଡ , ଜାଗମରା ଓ ପାତ୍ରପଡା ରୁ ୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।