ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୬୬୧୪କୁ ବୃଦ୍ଧି

FMODIA.IN 28-06-2020
Another 27 coronary cases were reported, bringing the total number of cases to 419

ଭୁବନେଶ୍ୱର, ୨୮ ଜୁନ - ରାଜ୍ୟରେ ଆଜି ଆଉ ୨୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୨୬୪ ଜଣଙ୍କ ମଧ୍ୟରୁ ୨୩୪ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୩ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ୭୬ ଟି ନୂଆ ମାମଲା ସାମନାକୁ ଆସିଛି ।

ଖୋର୍ଧା ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୮ ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୪୧ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ମାଲକାନଗିରି ଜିଲ୍ଲାରେ ୨ ଜଣ, ଭଦ୍ରକ ଜିଲ୍ଲାରେ ଜଣେ, କନ୍ଧମାଳ ଜିଲ୍ଲାରେ ଜଣେ, ବରଗଡ ଜିଲ୍ଲାରେ ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆପଡା ଜିଲ୍ଲାରେ ଜଣେ, ବାଲେଶ୍ୱର ଜିଲ୍ଲାରେ ୧୨ ଜଣ, କଟକ ଜିଲ୍ଲାରେ ୧୨ ଜଣ, ଅନୁଗୁଳ ଜିଲ୍ଲାରେ ୪ ଜଣ, ଜଗତସିଂହପୁୁର ଜିଲ୍ଲାରେ ୪ ଜଣ, ନୟାଗଡ ଜିଲ୍ଲାରେ ୨ ଜଣ, ଗଜପତି ଜିଲ୍ଲାରେ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁରୀ ଜିଲ୍ଲାରେ ୭ ଜଣ, ସୁନ୍ଦରଗଡ ଜିଲ୍ଲାରେ ୪ ଜଣ, କଳାହାଣ୍ଡି ଜିଲ୍ଲାରେ ଜଣେ, ସମ୍ବଲପୁର ଜିଲ୍ଲାରେ ଜଣେ ତଥା ବଲାଙ୍ଗୀର ଜିଲ୍ଲାରେ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।