BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ଟ୍ରାଫିକ୍ ରେ ଫସିଲା ଆମ୍ବୁଲାନ୍ସ , ଶିଶୁପୁତ୍ର ମୃତ

FMODIA.IN 11-02-2020
baby died in traffic

ଭୁବନେଶ୍ୱର , ୧୧ ଫେବୃଆରୀ - ରାଜଧାନୀରେ ଟ୍ରାଫିକ୍ ଜାମ୍ ରେ ଏକ ଆମ୍ବୁଲାନ୍ସ ଫସିବାରୁ ଜଣେ ୫ ବର୍ଷର ବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଡାଇରିଆ ରୋଗରେ ପିଡୀତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଶିଶୁଟିକୁ ଭର୍ତି କରାଯାଇଥିଲା । ତେବେ ଡାକ୍ତର ତାକୁ କଟକ ଏସସିବିକୁ ରେଫର କରିଥିଲେ । ମାତ୍ର ସମ୍ପର୍କୀୟମାନେ ସେଠାରୁ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଯାଉଥିବା ବେଳେ ଟ୍ରାଫିକ୍ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ପହଂଚିବାକୁ ବହୁ ବିଳମ୍ବ ହୋଇଥିଲା । ତେଣୁ ରାସ୍ତାରେ ପିଲାଟିର ମୃତ୍ୟୁ ଘଟିଥିଲା । ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଚିକିତ୍ସାରେ ଅବହେଳା ହୋଇଥିବା ମତ ଶିଶୁପୁତ୍ରର ବାପା ନିରୋଦ ନାୟକ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ମୋ ପୁଅର ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲରୁ ତାକୁ ଡାକ୍ତର କଟକ ଏସସିବି ରେଫର କରିଥିଲେ । କଟକ ଯିବାକୁ ବହୁତ ସମୟ ଲାଗିବ ବୋଲି ଆମ୍ବୁଲାନ୍ସରେ ମୁଁ ପଟିଆ ଅଂଚଳର ଏକ ଘରୋଇ ହସପିଟାଲକୁ ଆଣୁଥିଲି । କ୍ୟାପିଟାଲ ହସପିଟାଲରୁ ଘରୋଇ ହସ୍ପିଟାଲ ପହଂଚିବା ପାଇଁ ମୋତେ ଏକ ଘଂଟାରୁ ଊର୍ଦ୍ଧ୍ୱ ସମୟ ଲାଗି ଯାଇଥିଲା । ଟ୍ରାଫିକ୍ ଜାମ ଯୋଗୁ ମୋ ପୁଅ ଠିକ୍ ସମୟରେ ହସ୍ପିଟାଲରେ ପହଂଚି ପାରିଲା ନାହିଁ । ରାସ୍ତାରେ ତାର ମୃତ୍ୟୁ ଘଟିଥିଲା । ଟ୍ରାଫିକ ପୋଲିସ୍ ଆମକୁ କୌଣସି ସହଯୋଗ କରି ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in