ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କଟକଣା କୋହଳ

FMODIA.IN 24-03-2020
Cutbacks for doctors and health workers in Odisha

ଭୁବନେଶ୍ୱର, ୨୪ ମାର୍ଚ୍ଚ - କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲାଗୁ ହୋଇଛି ଲକ୍ ଡାଉନ୍ । ଏହି ସମୟରେ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି କଟକଣା କୋହଳ ପାଇଁ ପୋଲିସ୍ ଡିଜି ଶ୍ରୀ ଅଭୟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କରେ ସେ ସବୁ ଜିଲ୍ଲାର ଏସପି ଓ ଡିସିପିମାନଙ୍କୁ ଚିଠି ଲେଖିଛନ୍ତି ।

କଟକଣା ସମୟରେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ପାସ କଟକଣା ଲାଗୁ ହେବନି । ନିଜ ପରିଚୟପତ୍ର ଦେଖାଇ ହସ୍ପିଟାଲ ଯାଇପାରିବେ ବୋଲି ଡିଜିପି କହିଛନ୍ତି ।