ଶକ୍ତି ବିଭାଗର ଦୋଷ କାରଣରୁ ଘଟିଲା ଗଂଜାମ ଦୁର୍ଘଟଣା - ପରିବହନ ମନ୍ତ୍ରୀ

FMODIA.IN 13-02-2020
Ganjam accident occured due to negligence of electricity department,syas transport minister

ଭୁବନେଶ୍ୱର, ୧୩ ଫେବୃଆରୀ ଗଂଜାମ ଜିଲ୍ଲାରେ ହାଇ ଭୋଲଟେଜ ତାର ବସ ସହ ସ୍ପର୍ଶ କରିବା କାରଣରୁ ହୋଇଥିବା ଦୁର୍ଘଟଣା ମାମଲାରେ ଶକ୍ତି ବିଭାଗକୁ ଦୋଷ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା ।

ଲୋକସେବା ଭବନ ଠାରେ ସାମ୍ବାଦିକ ମାନଙ୍କ ଏସମ୍ପର୍କିତ ପ୍ରଶ୍ନର ଉତର ଦେଇ ଶ୍ରୀ ବେହେରା କହିଛନ୍ତି ଯେ ଗତକାଲି ପରିବହନ ବିଭାଗର ଏକ ଟିମ ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ସେ ନିଜେ ମଧ୍ୟ ବ୍ୟକ୍ତିଗତ ଭାବେ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ । ଯାଂଚ ରିପୋର୍ଟ ଆମର ହସ୍ତଗତ ହୋଇଛି । ରିପୋର୍ଟର ଅନୁଧ୍ୟାନ କରାଯିବ ଏବଂ କାର୍ଯ୍ୟାନୁାନ ନିଆଯିବ । ତେବେ ପ୍ରାଥମିକ ଭାବେ ଶକ୍ତି ବିଭାଗ ହିଁ ଏହି ଦୁର୍ଘଟଣା ପାଇଁ ଦାୟୀ ।

ଉଲ୍ଲେଖନୀୟ ଯେ ଗତ ରବିବାର ଦିନ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଛକ ଠାରେ ସିଲକ ସିଟି ନାମକ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସମ୍ପର୍କରେ ଆସିବା ଫଳରେ ଦଶ ଜଣ ପ୍ରାଣ ହରାଇଥିଲେ ।