୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

FMODIA.IN 28-06-2020
Heavy rains are expected in eight districts

ଭୁବନେଶ୍ୱର, ୨୮ ଜୁନ୍ - ଆଗାମୀ ୨୪ଘଂଟା ମଧ୍ୟରେ କନ୍ଧମାଳ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ , ଗଞ୍ଜାମ ଏବଂ ଗଜପତି ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ଉପରୋକ୍ତ ଜିଲ୍ଲା ଗୁଡିକ ବ୍ୟତୀତ ଉପକୂଳବର୍ତୀ ଜିଲ୍ଲା ଗୁଡିକ ସମେତ ରାୟଗଡା , ଢେଙ୍କାନାଳ , ଅନୁଗୁଳ, କେନ୍ଦୁଝର , ମୟୁରଭଂଜ , ସୁବର୍ଣ୍ଣପୁର, ବୌଦ୍ଧ,କଳାହାଣ୍ଡି , କନ୍ଧମାଳ, ଦେବଗଡ , ସମ୍ବଲପୁର , ନୂଆପଡା , କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।