କରୋନା: ୧୨୯ ରିପୋର୍ଟରୁ ୧୨୭ ନେଗେଟିଭ୍ ଅପଡେଟେଡ୍

FMODIA.IN 25-03-2020
In Odisha Corona: 127 out of 129 reports

ଭୁବନେଶ୍ୱର, ୨୫ ମାର୍ଚ୍ଚ - ବୁଧବାର ଦିନ ୧୨ ଟା ସୁଦ୍ଧା ରାଜ୍ୟରେ ୧୩୩ଟି ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି । ସେଥିମଧ୍ୟରୁ ୧୨୯ଟି ରିପୋର୍ଟ ଆସିଛି, ସେଥିରୁ ପୂର୍ବଭଳି ୨ଟି ସାମ୍ପଲ ପଜିଟିଭ ରହିଛି । ୪ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ।

ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛି । ଉଭୟ ହସ୍ପିଟାଲ୍ରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି ।

ରୋଗୀଙ୍କ ସଂସ୍ପର୍ଶରେ ବର୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି । ସମସ୍ତଙ୍କ ସହ ଯୋଗାଯୋଗ ହୋଇଛି । ଭୁବନେଶ୍ୱରରେ ୧୦ଟି ମନଟରିଂ ଟିମ୍ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି ।

ଅନ୍ୟପକ୍ଷରେ ବର୍ତମାନ ସୁଦ୍ଧା ୪୦୧୫ ଜଣ ୧୦୪ ହେଲ୍ପ ଲାଇନ୍ ଏବଂ ପୋର୍ଟାଲ୍ ଜରିଆରେ ପଞ୍ଜୀକରଣ କରିଛନ୍ତି । କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୬ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।