BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଶୀଘ୍ର ଔଷଧ ଓ ମେଡ଼ିକାଲ୍ ଉପକରଣ ଯୋଗାଇଲେ ମିଳିବ ପ୍ରୋତ୍ସାହନ

FMODIA.IN 26-03-2020

ଭୁବନେଶ୍ୱର, 26 ମାର୍ଚ୍ଚ : ଓଡ଼ିଶା ରାଜ୍ୟ ଔଷଧ ନିଗମ ଶୀଘ୍ର ଔଷଧ ଓ ମେଡ଼ିକାଲ୍ ଉପକରଣ ଯୋଗାଉଥିବା ସଂସ୍ଥାଗୁଡିକ ପାଇଁ ଆଗୁଆ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ, ୧୫ ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଅନୁରୂପ ଭାବରେ ଉପକରଣ ପରିବହନ ବାବଦରେ ସମସ୍ତ ଖର୍ଚ୍ଚ ସମେତ ସମସ୍ତ ପ୍ରାପ୍ୟ ୨୪ ଘଂଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ସୁନିଶ୍ଚିତ ହୋଇଛି ।

ସେହିପରି ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ମାଲବାହୀ ଯାନବାହନଗୁଡ଼ିକର ଚଳାଚଳ ଅବ୍ୟାହତ ରହିବ ।

ଓଡ଼ିଶାର ଶିଳ୍ପୋଦ୍ୟୋଗଗୁଡ଼ିକୁ ଆବଶ୍ୟକ ମେଡିକାଲ୍ ଉପକରଣ ଯଥା-ପୋର୍ଟେବୁଲ୍ ଭେଂଟିଲେଟର, ମାସ୍କ ଏବଂ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍ ଫାର୍ମର୍ସ ଫଟିଲାଇଜର କୋପରେଟିଭ୍ (ଇଫ୍କୋ) ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକୀୟ ମେଡିକାଲ୍ ଉପକରଣ ଯୋଗାଇଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in